କନକ ବ୍ୟୁରୋ: ଗତକାଲି ସାରା ଦେଶରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଥିଲା । ଶୁକ୍ରବାର ପାଖାପାଖି ଅଢେଇ କୋଟି ଲୋକ ଦେଶରେ କୋଭିଡ୍ ଟିକା ନେଇଥିଲେ, ଯାହାକି ଏକ ରେକର୍ଡ । ହେଲେ ଏହାରି ଭିତରେ ମଧ୍ୟପ୍ରଦେଶରୁ ଏମିତି ଏକ ଖବର ଆସିଛି, ଯାହା ଆପଣଙ୍କୁ ଆଶ୍ଚଯ୍ୟ କରିବ । କୋଭିଡ୍ ଟିକା ନେବାକୁ ମନା କରିବାରୁ, କଟିଗଲା ଲାଇନ୍ । ଖାଲି ସେତିକି ନୁହେଁ ଜଣେ ବ୍ୟକ୍ତିଙ୍କ ରାସନ କାର୍ଡ, ପାଣି କନେକ୍ସନ ମଧ୍ୟ କାଟି ଦେଇଛନ୍ତି ସରକାରୀ ଅଧିକାରୀ । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଛି ।
ଶୁକ୍ରବାର ମଧ୍ୟପ୍ରଦେଶର ବଡବାନୀ ଅଞ୍ଚଳରେ ସରକାରୀ ଅଧିକାରୀମାନେ ବୁଲି ବୁଲି ଲୋକଙ୍କୁ ଟିକାକରଣ କରିବାକୁ ପ୍ରୋତ୍ସାହିତ କରୁଥିଲେ । ଏହି ସମୟରେ ବାହିଦା ନାମକ ଜଣେ ମହିଳାଙ୍କୁ ସରକାରୀ କର୍ମଚାରୀମାନେ ଟିକା ନେଇଛନ୍ତି କି ନାହିଁ ପ୍ରଶ୍ନ କରିଥିଲେ । ହେଲେ ଆଲର୍ଜି କାରଣରୁ ସେ ଏବେ ଟିକା ନେଇନାହାଁନ୍ତି । ଆସନ୍ତା ୨୮ ତାରିଖରେ ଟିକା ନେବେ ବୋଲି ସେ କହିଥିଲେ । ହେଲେ ଟିକା ନେବାକୁ ସେହି ମହିଳାଙ୍କୁ ବାଧ୍ୟ କରିଥିଲେ ସରକାରୀ ଅଧିକାରୀ ।
ଖାଲି ସେତିକି ନୁହେଁ, ଟିକା ନେବାକୁ ମନା କରିବାରୁ ସରକାରୀ ଅଧିକାରୀମାନେ ତାଙ୍କର ଲାଇନ୍, ପାଣି କନେକ୍ସନ ମଧ୍ୟ କାଟି ଦେଇଛନ୍ତି । ତାଙ୍କର ରାସନ କାର୍ଡକୁ ମଧ୍ୟ ତାଙ୍କଠାରୁ ଛଡାଇ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ନେଇ ବଡବାନୀ ଏସଡିଏମ ଘନଶ୍ୟାମ ଧନଗରଙ୍କୁ ପ୍ରଶ୍ନ କରାଯିବାରୁ, ସେ ଏହି ଘଟଣା ବିଷୟରେ ଜାଣିନଥିବା କହିଥିଲେ । ଯଦି ଏପରି କିଛି ହୋଇଥାଏ, ତେବେ ଏହାର ତୁରନ୍ତ ତଦନ୍ତ କରାଯିବ ଏବଂ ରାସନ କାର୍ଡ ତାଙ୍କୁ ଫେରାଇ ଦିଆଯିବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/36-13.jpg)