ଚୋରି ହୋଇଯାଇଛି ବିଦ୍ୟୁତ ତାର । ଅନ୍ଧାରରେ ରହିଛନ୍ତି କଙ୍କଡାହାଡ ଜୁଆଙ୍ଗ ସାହିର ଲୋକେ, ପରୀକ୍ଷା ଚାଲିଥିବା ବେଳେ ଅନ୍ଧାରରେ ଲଣ୍ଠନ ଜାଳି ପଢୁଛନ୍ତି ପିଲା

49

କନକ ବ୍ୟୁରୋ : ଅନ୍ଧାରରେ ରହିଛନ୍ତି ଗାଁର ଲୋକେ । ଲୁଟେରା ବିଦ୍ୟୁତ ତାର କାଟିନେବା ଯୋଗୁ ସମସ୍ୟା ଭୋଗୁଛନ୍ତି ଗାଁର ଲୋକେ । ତା ସାଙ୍ଗକୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସେପେଟ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ଲଣ୍ଠନ ଜାଳି ପାଠ ପଢୁଛନ୍ତି ପିଲା । କଙ୍କଡାହାଡ ବ୍ଲକ ମକୁଆକାଟେଣି ଜୁଆଙ୍ଗ ସାହିରେ ୧୫ ଦିନ ହେବ ଅନ୍ଧାରରେ ରହଛନ୍ତି ଲୋକେ । ଲୁଟେରା ମାନେ ତାର କାଟି ନେବା ଯୋଗୁ ଏଭଳି ସମସ୍ୟା ଦେଖାଦେଇଛି । ଏବେ ପିଲାଙ୍କ ଦଶମ ଶ୍ରେଣୀ ପରୀକ୍ଷା ଚାଲୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ପାଠ ପଢିବାରେ ଅସୁବିଧା ହେଉଛି । ତେଣୁ ବାଧ୍ୟ ହୋଇ ଲଣ୍ଠନରେ ପାଠ ପଢୁଛନ୍ତି । ଏବେଠୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ଗରମ ଯୋଗୁ ମଧ୍ୟ ଲୋକେ ପ୍ରଭାବିତ ହେଲେଣି । ସମସ୍ୟା ନେଇ ବିଦ୍ୟୁତ ବିଭାଗକୁ ଖବର ଦିଆଯିବା ସହିତ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରାଯାଇଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଯାହାକୁ ନେଇ ଅସନ୍ତୋଷ ବଢି ଚାଲିଛି ।

ଲୋକମାନଙ୍କ ବିଭିନ୍ନ ପ୍ରଜାତିର ଫସଲ ସହିତ ଧାନ ତଳି ଆଦି ପାଣିର ଅଭାବରୁ ସମ୍ପୂର୍ଣ୍ଣ ଭାବରେ ମରି ଗଲାଣି । ଗଛରେ ଫଳ ଆସିଛି , ସେସବୁ ପାଚି ହଳଦିଆ ହୋଇଗଲାଣି    । ଚାଷୀ ମାନେ ଧାର କରଜ ଓ ଲୋନ କରି ଅନେକ ଅର୍ଥ ଖର୍ଚ୍ଚ କରି ଫସଲ କରିଥିଲେ । କିନ୍ତୁ ଏବେ କିପରି ତାହା ପରିଶୋଧ କରିବେ ସେହି ଚିନ୍ତାରେ ଅଛନ୍ତି । ଘଟଣା ନେଇ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିବା ବୋଳ କେବଳ ପ୍ରତିଶ୍ରୁତିରେ ସରିଯାଇଛି କାମ ।

ଗାଁରେ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ କରାଯାଇପାରିଲେ ଗାଁର ଲୋକେ ଉପକୃତ ହୋଇପାରିବେ ।