କନକ ବ୍ୟୁରୋ : ଗଛରେ ଦୌଡି ଲଗାଇ ଟ୍ରାନ୍ସଫର୍ମରକୁ ଏମିତି ବାନ୍ଧି ରଖିଛି ବିଦ୍ୟୁତ ବିଭାଗ । ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହଁ , ଭୁବନେଶ୍ୱର ଭରତପୁର ଜିଏ କଲୋନିରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,ଗତ କିଛି ଦିନ ହେବ ଗଛରେ ଦଉଡି ଲଗା. ଟ୍ରାନ୍ସଫର୍ମରକୁ ଅଟକାଇ ରଖିଛି ବିଦ୍ୟୁତ ବିଭାଗ ।

Advertisment

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ବିଦ୍ୟୁତ ବିଭାଗ । ଏପଟେ ଖବର ପ୍ରସାରଣ ହେଉଥାଏ, ଆଉ ସେପଟେ ବିଦ୍ୟୁତ ବିଭାଗର କର୍ମଚାରୀ ପହଂଚି ପୁରୁଣା ଟ୍ରାନ୍ସଫର୍ମର ନେଇଯାଇଛନ୍ତି । ଆଉ ଲଗାଇଛନ୍ତି ଅସ୍ଥାୟୀ ଟ୍ରାନ୍ସଫର୍ମର ।

ଟାଟା ପାଓାର ଦାୟିତ୍ୱ ନେବା ପୂର୍ୱରୁ ଯେଉଁ କମ୍ପାନୀ ବିଦ୍ୟୁତ ବିତରଣ କରୁଥିଲେ ସେମାନେ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ ହାରାହାରି ୬୦ କୋଟି ଟଙ୍କା ନେଉଥିଲେ । କିନ୍ତୁ ଟାଟା ପାଓାର ଦାୟିତ୍ୱ ନେବା ପରେ ଏହି ଖର୍ଚ ଏକ ହଜାର କୋଟି ଟଙ୍କାରେ ପହଂଚିଲାଣି । ତଥାପି ସୁଷମ ବିଦ୍ୟୁତ୍ ବଂଟନ ହୋଇନପାରିବାକୁ ନେଇ ବର୍ଷିଛନ୍ତି ବିଶେଷଜ୍ଞ ।

ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଏହା ଭିତିଭୂମି ବିପର୍ଯ୍ୟୟକୁ ପଦାରେ ପକାଇ ଦେଇଛି । ଭିତିଭୁମି ଖରାପ ଥିବାରୁ ଥରେ ବିଜୁଳି ଗଲେ କେତେ ବେଳେ ଆସିବ କାହାକୁ ଜଣାନାହିଁ । ସାରା ରାଜ୍ୟରେ ସମାନ ଅବସ୍ଥା ।

ଗତ ସପ୍ତାହରେ ହୋଇଥିବା କାଳ ବୈଶାଖୀ ବିଦ୍ୟୁତ ବିଭାଗର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି । ତଥାପି, ସମସ୍ୟାର ସମାଧାନ ପାଇଁ ବିତରଣ କମ୍ପାନୀ ଓ ବିଦ୍ୟୁତ୍ ବିଭାଗ ଯେମିତି ତତ୍ପରତା ଦେଖାଇବା କଥା ସେମିତି ଦେଖିବାକୁ ମିଳୁନାହିଁ ।