ରେଳବାଇ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ନୟାଗଡ : ପ୍ରଥମଥର ପାଇଁ ନୟାଗଡରୁ ଗଡ଼ିଲା ବିଦ୍ୟୁତ ଚାଳିତ ଟ୍ରେନ୍

268

କନକ ବ୍ୟୁରୋ : ରେଳବାଇ କ୍ଷେତ୍ରରେ ନୂଆ ମାଇଲଖୁଂଟ ଅତିକ୍ରମ କଲା ନୟାଗଡ । ପ୍ରଥମଥର ପାଇଁ ବିଦ୍ୟୁତ ଚାଳିତ ଟ୍ରେନ ନୟାଗଡରୁ ଗଡିଛି । ମହାମାରୀ କରୋନା ଯୋଗୁଁ ଦୀର୍ଘଦିନ ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ଆଜିଠାରୁ ତାହା ଚାଲୁ ହୋଇଛି ।

ତେବେ ଟ୍ରେନ ଚଳାଚଳ ବନ୍ଦ ଥିବାବେଳେ ସଂପୂର୍ଣ୍ଣ ଲାଇନକୁ ଇଲେକଟ୍ରିଫିକେସନ କରାଯିବା ସହ ଆଜିଠାରୁ ତାକୁ କାର୍ଯ୍ୟକାରୀ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖାଯାଇଛି । ଆଗାମୀ ଦିନରେ ଅଧିକ ରେଳ ଚଳାଚଳର ସମ୍ଭାବନା ସୃଷ୍ଟି ହେବା ସହ ଅଧିକ ସଂଖ୍ୟକ ଯାତ୍ରୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ନୟାଗଡବାସୀ ।