କରୋନା କାଳରେ ସାଧାରଣ ଲୋକଙ୍କୁ ବିଜୁଳି ବୋଝ । ୟୁନିଟ୍ ପିଛା ବଢ଼ିଲା ୩୦ ପଇସା, ଏପ୍ରିଲ ୪ରୁ ଲାଗୁ ହେବ ବର୍ଦ୍ଧିତ ଦର ।

143

କନକ ବ୍ୟୁରୋ: ଗ୍ରାହକଙ୍କ ଉପରେ ପୁଣି ପଡ଼ିିିଲା ବିଜୁଳି ବିଲର ଚାପ । ଘରୋଇ ଉପଭୋକ୍ତାମାନଙ୍କୁ ଏଣିକି ସମସ୍ତ ସ୍ଲାବରେ ୩୦ ପଇସା ଅଧିକ ବିଜୁଳି ବିଲ୍ ଦେବାକୁ ପଡିବ । ଦରବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତି ନେଇଛି । ଏବେ ନଜର ପକାନ୍ତୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଲାଗୁ ହୋଇଥିବା ନୂଆ ବିଜୁଳି ଦର ଉପରେ..

  • ୫୦ ୟୁନିଟ୍ ପର୍ଯ୍ୟନ୍ତ – ୟୁନିଟ୍ ପିଛା ଥିଲା ୨ଟଙ୍କା ୭୦ ପଇସା, ହେଲା ୩ଟଙ୍କା
  • ୫୦ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ – ୟୁନିଟ୍ ପିଛା ଥିଲା ୪ଟଙ୍କା ୫୦ ପଇସା, ହେଲା ୪ଟଙ୍କା ୮୦ ପଇସା
  • ୨୦୦ରୁ ୪୦୦ ୟୁନିଟ୍ – ୟୁନିଟ୍ ପିଛା ଥିଲା ୫ଟଙ୍କା ୫୦ ପଇସା, ହେଲା ୫ ଟଙ୍କା ୮୦ ପଇସା
  • ୪୦୦ ୟୁନିଟରୁ ଅଧିକ ହେଲେ – ୟୁନିଟ୍ ପିଛା ଥିଲା ୫ଟଙ୍କା ୯୦ ପଇସା, ହେଲା ୬ଟଙ୍କା ୨୦ ପଇସା

ଏପ୍ରିଲ ୪ରୁ ଲାଗୁ ହେବ ଏହି ନୂଆ ଦର । ତେବେ ନଜର ପକାନ୍ତୁ ମାସିକ ଆପଣ କେତେ ଟଙ୍କା ଦେଉଥିଲେ ଓ ନୂଆ ଦର ଲାଗୁ ହେଲେ କେତେ ଟଙ୍କା ଦେବେ…

  • ୫୦ ୟୁନିଟ ଖର୍ଚ୍ଚ କଲେ – ଦେଉଥିଲେ ୧୩୫ ଟଙ୍କା, ଦେବେ ୧୫୦ ଟଙ୍କା
  • ୧୦୦ ୟୁନିଟ୍ ଖର୍ଚ୍ଚ କଲେ – ଦେଉଥିଲେ ୩୬୦ ଟଙ୍କା, ଦେବେ ୩୯୦ ଟଙ୍କା
  • ୨୦୦ ୟୁନିଟ୍ ଖର୍ଚ୍ଚ କଲେ – ଦେଉଥିଲେ ୮୧୦ ଟଙ୍କା ଦେବେ ୮୭୦ ଟଙ୍କା
  • ୩୦୦ ୟୁନିଟ୍ ଖର୍ଚ୍ଚ ହେଲେ – ଦେଉଥିଲେ ୧୩୬୦ ଟଙ୍କା, ଦେବେ ୧୪୫୦ ଟଙ୍କା
  • ୪୦୦ ୟୁନିଟ୍ ଖର୍ଚ୍ଚ ହେଲେ – ଦେଉଥିଲେ ୧୯୧୦ ଟଙ୍କା , ଦେବାକୁ ପଡିବ ୨୦୩୦ ଟଙ୍କା
  • ୫୦୦ ୟୁନିଟ ଖର୍ଚ୍ଚ କଲେ – ଦେଉଥିଲେ ୨୫୦୦ ଟଙ୍କା , ଦେବେ ୨୬୫୦

ଦର ବୃଦ୍ଧି ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । କରୋନା ସମୟରେ ବିଜୁଳି ଦର ବୃଦ୍ଧି, ବୋଝ ଉପରେ ନଳିତା ବିଡା ବୋଲି କହିଛନ୍ତି । ତେବେ ବିପିଏଲ ଶ୍ରେଣୀର ଉପଭୋକ୍ତା ଓ ଜଳସେଚନ ଲାଗି ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରଖାଯାଇଛି । ସେହିପରି ମିଟର ରେଂଟ ଓ ମାସିକ ସର୍ବନିମ୍ନ ଦେୟକୁ ମଧ୍ୟ ଅପରିବର୍ତିତ ରଖାଯାଇଛି । ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତା ଅନଲାଇନ୍ ଜରିଆରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପେମେଂଟ କଲେ, ୨ ପ୍ରତିଶତ ରିହାତି ମିଳିିବ । ଏହାବାଦ ସମସ୍ତ ପ୍ରିପେଡ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ ।