କନକ ବ୍ୟୁରୋ: ଦିନରେ ଇ-ସ୍କୁଟର କିଣିଲେ ରାତିରେ ହେଲା ବିସ୍ଫୋରଣ ।ଇସ୍କୁଟରର ଦୁର୍ଘଟଣାକୁ ନେଇ ବାରମ୍ବାର ଖବର ଶୁଣିବାକୁ ମିଳୁଛି । ଏପରି ଆଉ ଭୟଙ୍କର ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ବିଜୟୱାଡାରେ । ବୁଧବାର ତେଲେଙ୍ଗାନାରେ ଏକ ଇ-ସ୍କୁଟର ଘଟଣା ସାମ୍ନାକୁ ଆସିଥିବବେଳେ ଏବେ ବିଜୟୱାଡାରେ ମଧ୍ୟ ଏପରି ଘଟଣା ଘଟିଛି । ସ୍କୁଟର ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

Advertisment

ଶନିବାର ସକାଳେ ଆନ୍ଧ୍ର ବିଜୟୱାଡାରେ ଶିବ କୁମାର ଏକ ଇ-ସ୍କୁଟର କିଣି ଘରକୁ ଆଣିଲେ ରାତିରେ ନିଜ ବେଡ ରୁମରେ ଏହାକୁ ଚାର୍ଜରେ ବସାଇଥିଲେ । ହେଲେ ହଠାତ୍ ଇ-ସ୍କୁଟର ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏଥିରେ ଶିବକୁମାର ,ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ଗୁରୁତର ଆହତ ହୋଇଥିଲେ । ପଡୋଶୀ ଶବ୍ଦ ଶୁଣି ତାଙ୍କ ଘରକୁ ଦୌଡି ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଶିବ କୁମାରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ପୋଲିସର କହିବା ମୁତାବକ, ଶିବକୁମାର ଗୋଟିଏ ରୁମରେ ବ୍ୟାଟେରୀ ଚାର୍ଜରେ ବସାଇ ଆଉ ଏକ ଘରେ ପରିବାର ସହ ଶୋଇଥିଲେ । ରାତି ପାଖାପାଖି ୩ଟା ସମୟରେ ବ୍ୟାଟେରୀ ବିସ୍ଫୋରଣ ଘଟିଥିଲା ।