ଆମେରିକାର ଟେକ୍ସାସ ସହରରେ ୩ଦିନ ହେଲା ବିଜୁଳ ସେବା ବାଧାପ୍ରାପ୍ତ । ବରଫ ଝଡ ଯୋଗୁଁ ପାୱାର ଗ୍ରୀଡ ଫେଲ ମାରିବାରୁ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ ।

109

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଟେକ୍ସାସ ସହରରେ ୩୦ଲକ୍ଷ ଲୋକ ଗତ ୩ଦିନ ଧରି ଅନ୍ଧାରରେ ରହିଛନ୍ତି । ବରଫ ଝଡ ଯୋଗୁଁ ୩ଦିନ ହେଲା ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲୋକଙ୍କୁ ପିଇବା ପାଣି ମଧ୍ୟ ଠିକ୍ ଭାବେ ଯୋଗାଣ ହେଉନଥିବା ଜଣାପଡିଛି । ଏପରିକି ତାପମାତ୍ରା ଖସି ଯାଇଥିବା ବେଳେ ପ୍ରବଳ ଶୀତରୁ ବର୍ତିବା ପାଇଁ ଲୋକେ ହିଟର ବ୍ୟବହାର କରୁଥିବା ବେଳେ ଏବେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଏହା ମଧ୍ୟ କାମ ଦେଉନି । ଅପରପକ୍ଷରେ ଆସନ୍ତା ସପ୍ତାହନ୍ତ ପର୍ଯ୍ୟନ୍ତ ବିଦ୍ୟୁତ ସେବା ଯୋଗାଣ ସାମାନ୍ୟ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆମେରିକାର ନ୍ୟାସନାଲ ୱେଦର ସର୍ଭିସ ପକ୍ଷରୁ ପୂର୍ବ ଟେକ୍ସାସ ଓ ମେରିଲାଣ୍ଡ ପ୍ରବଳ ତୁଷାରପାତ ହେବା ନେଇ ଚେତାବନୀ ଜାରି କରାଯାଇଛି । ଟେକ୍ସାସ, ଲୁଇସିୟାନା ଓ ମିସିସିପ୍ପି ଅଂଚଳରେ ପ୍ରବଳ ତୁଷାପାତ ଯୋଗୁଁ ପରିସ୍ଥିତି ଆହୁରି ସଙ୍ଗୀନ ଆଡକୁ ଗତି କରୁଛି । ବିଦ୍ୟୁତ ସରାବରାହ ବାଧାପ୍ରାପ୍ତ ରହିଥିବା ସହ ଅନେକ ସ୍ଥାନରେ ଗଛ ଉପୁଡି ପଡିବାର ଆଶଙ୍କା ମଧ୍ୟ ରହିଛି । ଏହାସହ ସ୍ଥାନୀୟ ଲୋକଙ୍କ ପାଇଁ ଚେତାବନୀ ଜାରି କରିଛି ନ୍ୟାସନାଲ ୱେଦର ସର୍ଭିସ । ବିନା କାରଣରେ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଜାରି କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବରଫ ଝଡରେ ଏପର୍ଯ୍ୟନ୍ତ ୩୦ଜଣଙ୍କର ମୃତ୍ୟୁ ହୋଇଛି ।

ଏପରି ସମୟରେ ହ୍ୟୁଷ୍ଟନ ଓ ଟେକ୍ସାସ ମହାନଗରରେ ଲକ୍ଷାଧିକ ଲୋକଙ୍କୁ ପିଇବା ପାଣି ମଧ୍ୟ ମିଳୁନାହିଁ । ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ପିଇବା ପାଣି ମଧ୍ୟ ଯୋଗାଣରେ ସମସ୍ୟା ଦେଖାଦେଇଛି । ହ୍ୟୁଷ୍ଟନ ଓ ଟେକ୍ସାସରେ ବିମାନ ସେବା ମଧ୍ୟ ରହିଛି । ସେପଟେ ଉଦ୍ଧାର କାର୍ଯ୍ୟରେ ନ୍ୟାସନାଲ ଗାର୍ଡକୁ ମୁତୟନ କରାଯାଇଛି । ଏପରିକି ୨ଶହରୁ ଅଧିକ ରାସ୍ତା ବନ୍ଦ ହୋଇଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।