ରାଜଧାନୀରେ ବିଜୁଳି ଚିନ୍ତା ! ବର୍ତମାନ ସୁଦ୍ଧା ସ୍ୱାଭାବିକ ହୋଇପାରୁନାହିଁ ବିଦ୍ୟୁତ ସେବା

ବର୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ ବିଜୁଳି ସେବା

131

କନକ ବ୍ୟୁରୋ : ଭୁବନେଶ୍ୱରରେ ଅନେକ ସ୍ଥାନକୁ ବିଜୁଳି ସଂଯୋଗ ସ୍ୱାଭାବିକ ହୋଇସାରିଥିଲେ ମଧ୍ୟ କେତେକ ସ୍ଥାନରେ ବିଜୁଳି ପହଂଚିନଥିବା ଅଭିଯୋଗ ହୋଇଛି । ତେବେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ମୁଖ୍ୟତଃ ଏଲଟି ଲାଇନ ସଜାଡି ବିତରଣ ଟ୍ରାନ୍ସଫରମର ପର୍ଯ୍ୟନ୍ତ ବିଜୁଳି ପହଂଚାଉଛନ୍ତି । କିନ୍ତୁ ବାତ୍ୟା ଫୋନି ପ୍ରଭାବରେ ଅନେକ ଘରୋଇ କନେକ୍ସନ ପ୍ରଭାବିତ ହୋଇଛି । ଅର୍ଥାତ ବିଦ୍ୟୁତ ଖୁଂଟରୁ ଗ୍ରାହକଙ୍କ ଘରକୁ ଟଣାଯାଇଥିବା ତାର କିମ୍ବା ଘରେ ଥିବା ୱେୟାରିଂ କ୍ଷତିଗ୍ରସ୍ତ ହୋଇଥିବାରୁ ବିଜୁଳି ପହଞ୍ଚି ପାରୁନାହିଁ ।

ଏହି ସମସ୍ୟାର ସମାଧାନ କରି ଗ୍ରାହକଙ୍କୁ ବୈଷୟିକ ସହାୟତା ଯୋଗାଇ ଦେବାକୁ ରାଜଧାନୀ ଭୁବନେଶ୍ୱରରେ ନିୟୋଜିତ ହୋଇଛନ୍ତି ପ୍ରାୟ ୨ଶହ ଆଇଟିଆଇ ଛାତ୍ର । ଯେଉଁମାନେ ଘରକୁ ଘର ଯାଇ ସଂପୂର୍ଣ୍ଣ ୱେୟାରିଂ ଯାଂଚ କରିବା ସହ ଗ୍ରାହକଙ୍କ ଘରେ କିଭଳି ବିଜୁଳି ପହଂଚିବ ସେନେଇ ସହାୟତା କରୁଛନ୍ତି । ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା ।