କନକ ବ୍ୟୁରୋ : ସାରା ବିଶ୍ବ ଏବେ ଇଲେକ୍ଟ୍ରିକ୍ କାର୍କୁ ଯାତାୟାତର ପରବର୍ତ୍ତୀ ବିକଳ୍ପ ଭାବେ ଚିନ୍ତା କରୁଥିବାବେଳେ, ଚୀନ୍ ଏ ଦିଗରେ ବହୁ ଆଗରେ ରହିଛି । ଏହି ଦେଶ ପ୍ରଥମ ଥର ପାଇଁ ଏକ ଇଲେକ୍ଟ୍ରିକ୍ ବିମାନ ବିକଶିତ କରିଛି ଏବ˚ ଏହାର ପରୀକ୍ଷାମୂଳକ ଉଡ଼ାଣ ମଧ୍ୟ ସଫଳ ହୋଇଛି । ‘RX4E’ ଭାବେ ନାମିତ ଏହି ବିମାନଟି ବ୍ୟାଟେରି ଚାଳିତ । ଓଜନ ୧,୨୦୦ କିଲୋଗ୍ରାମ୍ । ଥରେ ବ୍ୟାଟେରି ଚାର୍ଜ୍ କଲେ ବିମାନଟି ତିନି ଶହ କିଲୋମିଟର୍ ପର୍ଯ୍ୟନ୍ତ ଉଡ଼ିପାରିବ।
ଏହା ଅତ୍ୟାଧୁନିକ ଜ୍ଞାନ-କୌଶଳରେ ନିର୍ମିତ । ବିମାନର ବାହ୍ୟ ଆବରଣ ଓ ଯନ୍ତ୍ରପାତି ଅତି ହାଲୁକା ଉପାଦାନରେ ତିଆରି । ଏହା ପରିବେଶ ଅନୁକୂଳ ଏବ˚ ଉଡ଼ିବା ସମୟରେ ଏଥିରୁ ଖୁବ କମ୍ ଶବ୍ଦ ବାହାରିବ । ୨୦୨୩ ସୁଦ୍ଧା ମେଲବର୍ନରେ ଏହାକୁ ବ୍ୟବସାୟିକ ସେବାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି ।