ଆଜି ଦ୍ୱିତୀୟ ଦିନରେ ବି ଜାରି ରହିବ ସେସୁର ବିଜୁଳି କାଟ । କାଲି ଗୋଟିଏ ଦିନରେ ୧୫ ଶହ ୪୫ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ , ଆଦାୟ ହେଲା ୫କୋଟିରୁ ଅଧିକ ଟଙ୍କା

121

କନକ ବ୍ୟୁରୋ : ବକେୟା ବିଦ୍ୟୁତ୍ ବିଲ୍ ଦେଲେନି, ବିଜୁଳି କାଟି ଦେଲା ସେସୁ । ବିଭିନ୍ନ ଜିଲ୍ଳାରେ ସେସୁ ପକ୍ଷରୁ ବିଜୁଳି କାଟ୍ କରାଯାଇଛି । ସେସୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ ୧୫୪୫ ବିଦ୍ୟୁତ ସଂଯୋଗ କଟା ଯାଇଛି । ଏବଂ ବକେୟା ବିଲ ବାବଦରେ ଆଦାୟ ହୋଇଛି ୫କୋଟି ୩୮ଲକ୍ଷରୁ ଅଧିକ ଟଙ୍କା । ପୁରୀରେ ସବୁଠୁ ଅଧିକ ବକେୟା ବିଲ ଆଦାୟ ହୋଇଛି । ଖୋର୍ଦ୍ଧା ଗୁରୁଜଙ୍ଗରେ ବିଦ୍ୟୁତ କାଟ ସମୟରେ ସୃଷ୍ଟି ହୋଇଥିଲା ଉତେଜନା ଲାଇନ କାଟିବା ପାଇଁଁ ଯାଇଥିବା ଅଧିକାରୀଙ୍କ ଗାଡି ଅଟକାଇଥିଲେ ଗାଁଲୋକେ ।

ଏଠାରେ ୫ ହଜାର ୧୦୦ ଗ୍ରାହକଙ୍କ ଉପରେ ବାକି ରହିଛି ୮୦ କୋଟିରୁ ଅଧିକ ଟଙ୍କା ବିଲ । କଟକରେ ବିଦ୍ୟୁତ ବିଲ ବକେୟା ରଖିଥିବା ୪୭ ବାଣିଜ୍ୟିକ ଉପଭୋକ୍ତାଙ୍କର ବିଦ୍ୟୁତ କାଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅଛନ୍ତି ସେସୁ ଟାର୍ଗେଟରେ ସ୍ୱଚ୍ଛଳ ବର୍ଗର ଉପଭୋକ୍ତା, ଯେଉଁମାନେ ଅଧିକ ଟଙ୍କା ବକେୟା ରଖିଛନ୍ତି । ସେମାନଙ୍କ ଘରୁ ବିଜୁଳି ସଂଯୋଗ କାଟିବେ ସେସୁ କର୍ମଚାରୀ । ଗୁରୁବାର ୧୪ ହଜାର ଉପଭୋକ୍ତା ବିଦ୍ୟୁତ ବିଲ ପୈଠ କରିଥିବାରୁ ସେସୁ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି ।