ବିଦ୍ୟୁତ ଆଘାତରେ ୫ଜଣଙ୍କ ଅକାଳ ବିୟୋଗ । ଚାହୁଁଚାହୁଁ ଉଜୁଡିଗଲା ପରିବାର ।

644

କନକ ବ୍ୟୁରୋ : ବିଦ୍ୟୁତ ଝଟକାରୁ କେମିତି ବଞ୍ଚିବେ, ସେନେଇ ସଚେତନତା ଅଭାବରୁ ଚାଲିଗଲା ଜୀବନ । ଜଗତସିଂହପୁରରେ ଏପରି ୩ଟି ଘଟଣା ଘଟିଛି ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ହୋଇଛି । କୁଜଙ୍ଗ ବ୍ଲକର ବଣିତୋ ଗାଁରେ ବିଜୁଳି ତାର ସଜାଡିବାକୁ ଯାଇ ବିଜୁଳି ଝଟକା ଖାଇଥିଲେ ପିଂଟୁ ସ୍ୱାଇଁ । ବିଦ୍ୟୁତ୍ ଆଘାତରେ ସେ ଛଟପଟ ହେଉଥିବା ବେଳେ ତାଙ୍କୁ ଛଡାଇବାକୁ ଯାଇ ସ୍ତ୍ରୀ କାମିନି ଓ ଝିଅ ପାପାଲି ସ୍ୱାଇଁ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ସେପଟେ ଅନ୍ୟ ଦୁଇଟି ଘଟଣାରେ ଆଉ ୨ଜଣଙ୍କ ଜୀବନ ଯାଇଛି ।

ଏହି ହୃଦୟ ବିଦାରକ ଘଟଣା ହେଉଛି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ଗାଁର । ବିଜୁଳି ଆଘାତରେ ବାପା-ମାଆ-ଝିଅଙ୍କ ମୃତ୍ୟୁ ପରେ ପୂରା ଗାଁ ସ୍ତବ୍ଧ ହୋଇଯାଇଛି । ଆତ୍ମୀୟ-ସ୍ୱଜନଙ୍କ ଛାତିଫଟା କାନ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ । ଶେଷରେ ଗାଁ ମଶାଣିରେ ଦୁଇଟି ଯୁଇରେ ଜଳିଛି ତିନି ଜଣଙ୍କ ଶବ । ଶୋକାକୂଳ ପରିବେଶରେ ଅନ୍ତିମ ବିଦାୟ ଦେଇଛନ୍ତି ଗ୍ରାମବାସୀ । ଏପଟେ ବାପା-ମାଆ ଓ ଭଉଣୀକୁ ହରାଇଥିବା ୪ ବର୍ଷର ଏହି କୁନି ପୁଅ ଅନାଥ ହୋଇଯାଇଛି । ଦୁନିଆକୁ ବୁଝିବା ପୂର୍ବରୁ ହରାଇଛି ବାପା-ମାଆଙ୍କୁ । ଯେତେବେଳେ ଏହି ଦୁଃଖଦାୟକ ଘଟଣା ଘଟିଥିଲା, ବାହାରେ ଖେଳୁଥିବାରୁ ବଂଚିଯାଇଛି କୁନିପୁଅ ।

ବିଜୁଳିକୁ ନେଇ ସଚେତନତାର ଅଭାବ ନେଲା ଜୀବନ । ଚାହୁଁଚାହୁଁ ଉଜୁଡିଗଲା ପରିବାର, ବିଦ୍ୟୁତ ଆଘାତରେ ୫ଜଣଙ୍କ ଅକାଳ ବିୟୋଗ । ବିଦ୍ୟୁତ ଆଘାତରୁ କେମିତି ବଞ୍ଚିବାକୁ ହୁଏ ସେନେଇ ସଚେତନତାର ଅଭାବ ଗୋଟିଏ ପରିବାରକୁ ଶେଷ କରିଦେଇଛି । ବିଦୁତ୍ ଆଘାତରେ ବାପା-ମାଆଙ୍କ ସହ ଆଖି ବୁଜିଛି ୮ ବର୍ଷର କୁନି ଝିଅ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ଗାଁର ଏହି ଦୁଃଖଦ ଘଟଣା ଅଂଚଳକୁ ଶୋକାକୁଳ କରିଦେଇଛି । ଘରକୁ ଆସିଥିବା ବିଜୁଳି ତାର ସଜାଡିବାକୁ ଯାଇ ବିଜୁଳି ଝଟକା ଖାଇଥିଲେ ବଣିତୋ ଗାଁର ପିଂଟୁ ସ୍ୱାଇଁ । ବିଦ୍ୟୁତ୍ ଆଘାତରେ ପିଂଟୁ ଛଟପଟ ହେଉଥିବା ବେଳେ ତାଙ୍କୁ ଛଡାଇବାକୁ ଯାଇ ସ୍ତ୍ରୀ କାମିନି ଓ ଝିଅ ପାପାଲି ସ୍ୱାଇଁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ।

ଜଗତସିଂହପୁରରେ ଦ୍ୱିତୀୟ ଅଘଟଣ ଘଟିଥିଲା ଖଇରଙ୍ଗ ପଞ୍ଚାୟତ ଚୋରାମରା ଗାଁରେ । ଡିସେମ୍ବର ମାସରେ ବିବାହ କରିଥାଆନ୍ତେ, ହେଲେ ବିଦ୍ୟୁତ ଆଘାତରେ ତୁଷାର ସାହୁ ପ୍ରାଣ ହରାଇଛନ୍ତି । ଇନଭର୍ଟରରୁ କରେଣ୍ଟ ସକ୍ ଲାଗି ତାଙ୍କର ମୃତ୍ୟୁ ହୋଇଛି । ତୁଷାରଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଦୁଃଖିତ କରିଛି । ସେପଟେ ଜଗତସିଂହପୁର ଥାନା ଅଂଚଳର ମହୀରାଗାଁର ଅଭୟ କୁମାର ସ୍ୱାଇଁ ମାଙ୍କଡ ପାଇଁ ଦିଆଯାଇଥିବା ତାରବାଡର ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ।