ଆଜିଠାରୁ ଭୋଟର୍ ଆଇଡି ଜାଞ୍ଚ୍ କରିବେ ନିର୍ବାଚନ ଆୟୋଗ ! ଆପଣଙ୍କୁ କରିବାକୁ ପଡିବ ଏହି କାମ ।

1,681

ସେପ୍ଟେମ୍ବର  ୧ ତାରିଖରୁ  ସାରା ଦେଶରେ ନିର୍ବାଚନ କମିଶନ୍ ଏକ ବିଶେଷ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଭିଯାନରେ ଏବେ ଲୋକଙ୍କ ଭୋଟର ଆଇଡିର ଭେରିଫିକେସନ୍ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଭୋଟର ଆଇଡିକୁ ଜନ ଭାଗିଦାର ସହ ଅପଡେଟ୍ କରାଯିବ । ଏଥିରେ ପ୍ରତିଟି ପରିବାରର ଜଣେ ଭୋଟରଙ୍କୁ ୟୁଜର୍ ନେମ୍ ଏବଂ ପାସୱାର୍ଡ ମିଳିବ । ଯେଉଁଥିରେ ସେ ଭୋଟର ରେଜିଷ୍ଟ୍ରେସନ୍ ସହ ଜଡିତ ଥିବା ଦସ୍ତାବିଜର ଅପଡେଟ୍ କରିବେ ଏବଂ ନିଜ ପରିବାରର ବ୍ୟୁରୋ ବିଷୟରେ ତଥ୍ୟ ଦେବେ ।

ମେଗା ମିଲିୟନ୍ ର ଆରମ୍ଭ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସତ ଅଞ୍ଚଳରେ ହେବ । ଯାହାକୁ ରାଜ୍ୟ ମୁଖ୍ୟାଳୟ ସ୍ତରରେ ୩୬ ସିଇଓ ଜିଲ୍ଲା ସ୍ତରରେ ୭୪୦ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପାଖାପାଖି ୧୦ ଲକ୍ଷ ନିର୍ବାଚନ କେନ୍ଦ୍ରରେ ନାଁ ପଞ୍ଜୀକରଣ କରିବେ । ଏହି ଭେରିଫିକେସନ୍ ଦୁଇଟି ପର୍ଯ୍ୟାୟରେ ହେବ । ଆସନ୍ତୁ ଜାଣିବା ଏହାର ସମ୍ପୁର୍ଣ୍ଣ ପ୍ରକ୍ରିୟା :

୧ . ଆପଣଙ୍କୁ କରିବାକୁ ପଡିବ ଏହି କାମ :

ଭୋଟର ତାଲିକା ଭେରିଫିକେସନ୍ ପାଇଁ ଆପଣଙ୍କୁ ପ୍ରଥମେ ଦ୍ଭଙ୍ଖଗ୍ଦକ୍ଟ୍ର.ସଦ୍ଭ  ରେ ମୋବାଇଲ୍ ନମ୍ବର , ମତଦାତା କାର୍ଡ ନମ୍ବର ଏବଂ ଇମେଲ୍ ସହ ରେଜିଷ୍ଟର କରିବାକୁ ହେବ । ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ୍ ଆପ୍ ମଧ୍ୟ ଏହା ଡାଉନଲୋଡ୍ କରିପାରିବେ ।

୨ . ବିଏଲଓ କରିବେ ଜାଞ୍ଚ ୍ : ଭୋଟର୍ ନିଜ ଡାଟା ଭେରିଫାଇ କରିବା ପରେ ବିଏଲଓ ସ୍ପାର୍ଟଫୋନ୍ ସହାୟତାରେ ଘର ଘର ଯାଇ ଏହାକୁ ଭେରିଫାଇ କରିବେ । ଭୋଟରଙ୍କୁ ନିଜ ଆଇଡି ଏବଂ ଅନ୍ୟ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ ।