ପିପିଲି ସାତସଂଖ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼

ପିପିଲି ସାତସଂଖ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼

କନକ ବ୍ୟୁରୋ : ପିପିଲି ସାତସଂଖ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼ । ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି । କାର୍ଯ୍ୟାଳୟର ଉପର ମହଲାର ଅସ୍ଥାୟୀ ଟେଣ୍ଡ ସାମାନ୍ୟ ପୋଡି ଯାଇଛି । ସେଠାରେ ଉପସ୍ଥିତ ଥିବା ଦଳୀୟ କାର୍ଯ୍ୟକତାମାନେ ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସାତସଙ୍ଖ ଫାଣ୍ଡି ଅଧିକାର ସେଠାରେ ପହଂଚି ପେଟ୍ରୋଲ ବୋତଲକୁ ଜବତ କରିଥିବା ସୂଚନା ରହିଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ଗୋଟାଏ ବେଳେ ବିଜେପି ଅଫିସ୍‌ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନଥିବାବେଳେ ଅଫିସ୍‌ ବାହାରେ ନିର୍ମାଣ କରାଯାଇଥିବା ଏକ ତମ୍ବୁ କ୍ଷତିଗ୍ରସ୍ତ ହୋଇଛି । ବୋମାମାଡ଼ ଶବ୍ଦ ଶୁଣି ନିକଟରେ ଥିବା ଏକ ଘରେ ଶୋଇଥିବା ଲୋକେ ଉଠି ପୁଲିସକୁ ଖବର ଦେଇଥିଲେ । ପିପିଲି ଥାନା ପୁଲିସ ସେଠାରେ ପହଞ୍ଚି ବୋମାମାଡ଼ରେ ବ୍ୟବହୃତ ପେଟ୍ରୋଲ ଭର୍ତ୍ତି ବୋତଲ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe