କନକ ବ୍ୟୁରୋ : ପୌର ନିର୍ବାଚନ ପରେ ଢେଙ୍କାନାଳରେ ନିର୍ବାଚନୀ ହିଂସା । ବିଜେପି ପୌରାଧ୍ୟକ୍ଷଙ୍କ ପରିବାରକୁ ହତ୍ୟା ଧମକ ସହ ଫାଙ୍କା ଗୁଳିଚାଳନା କରାଯାଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଢେଙ୍କାନାଳ ପୌରାଧ୍ୟକ୍ଷ ପଦବୀ ବିଜେପି ହାତକୁ ଗଲା ପରେ ଦୁର୍ବୃତଙ୍କ ଦୌରାତ୍ମ ବଢ଼ି ଚାଲିଛି ।
ଅଭିଯୋଗ ଅନୁସାରେ, ଗତକାଲି ରାତିରେ ୧୯ନମ୍ବର ୱାର୍ଡ ସିମିଳିଆ ବିଜେପି କାଉନସିଲରଙ୍କ ବାପାଙ୍କୁ ଆକ୍ରମଣ କରିବା ସହ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ୫ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ ଦୁର୍ବୃତ । ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ସୁରକ୍ଷା ଦାବି କରଛନ୍ତି ପୌରାଧ୍ୟକ୍ଷା ।