ନିର୍ବାଚନରେ ସଫଳତା, ବଦଳାଇଲା ଭାବମୂର୍ତ୍ତି: ୧୦ବର୍ଷରେ ବଦଳିଗଲା ରାହୁଲଙ୍କ ପରିଚୟ, ଦାୟିତ୍ୱହୀନରୁ ପରିପକ୍ୱ ନେତା

Advertisment
ନିର୍ବାଚନରେ ସଫଳତା, ବଦଳାଇଲା ଭାବମୂର୍ତ୍ତି: ୧୦ବର୍ଷରେ ବଦଳିଗଲା ରାହୁଲଙ୍କ ପରିଚୟ, ଦାୟିତ୍ୱହୀନରୁ ପରିପକ୍ୱ ନେତା

କନକ ବ୍ୟୁରୋ: ରାହୁଲ ଗାନ୍ଧୀ । କଂଗ୍ରେସର ରାଜକୁମାର, ପପୁ, ଦାୟିତ୍ୱହୀନ ନେତା, ଏମିତି ଅନେକ କଥା, କଟାକ୍ଷର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଚଳିତନିର୍ବାଚନ ଫଳାଫଳ ଗୋଟିଏ କଥା ସ୍ପଷ୍ଟ କରିଛି ଯଦି ଲକ୍ଷ୍ୟ ଧାର୍ଯ୍ୟ କରାଯାଏ, ପରିଶ୍ରମ ସହ କାମ କରାଯାଏ କେବଳ ଭାବମୂର୍ତ୍ତି ବଦଳେନି ବରଂ ସଫଳତା ମଧ୍ୟ ମିଳିଥାଏ । ଯାହା ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀଙ୍କ ନିକଟରେ । ୧୦ବର୍ଷର ଭାବମୂର୍ତ୍ତି ମଧ୍ୟରେ ଯେଉଁ ଆକାଶପାତାଳ ତଫାତ ଦେଖିବାକୁ ମିଳିଛି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ।

ରାହୁଲ ଗାନ୍ଧୀ । ମ୍ୟାନ ଅଫ ଦ ମୁମେଂଟ । ଲୋକସଭା ନିର୍ବାଚନରେ ଇଣ୍ଡିମେଂଟକୁ ଯେଉଁ ସଫଳତା ମିଳିଛି ତାର ଅଧିକାଂଶ ଶ୍ରେୟ ଏବେ ରାହୁଲଙ୍କୁ ଦିଆଯାଉଛିି । ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବା, ତୃଣମୂଳସ୍ତରରେ କାମ କରିବା, ଜନତାଙ୍କ ନିକଟତର ହେବା କେବଳ ଇଣ୍ଡିମେଂଟ କି କଂଗ୍ରେସ ପାଇଁ ଲାଭପ୍ରଦ ହୋଇନି ବରଂ ରାହୁଲଙ୍କ ଭାବମୂର୍ତ୍ତିକୁ ବଦଳାଇଛି । ସଂସଦଠୁ ନେଇ ସଡକ ବିଜେପିର ଟାର୍ଗେଟରେ ରହିଆସୁଥିବା କଂଗ୍ରେସ ସାଂସଦଙ୍କୁ କେବେ ପପୁ ନାଁରେ କଟାକ୍ଷ କରାଯାଇଛି ତ ପୁଣି କେବେ ଦାୟିତ୍ୱହୀନ କହି ତାତ୍ସଲ୍ୟ କରାଯାଇଛି । ସମସ୍ତ କଥାକୁ ପଛରେ ପକାଇ ଯେବେ ସେ ସ୍ଥିର କରିଥିଲେ ଇଣ୍ଡିମେଂଟର ମଙ୍ଗ ସମ୍ଭାଳିବେ, ବିଜେପି ସରକାରକୁ ଧୂଳି ଚଟାଇବେ, ସେବେଠୁ ଆରମ୍ଭ ହୋଇଥିଲା ନୂଆ ଅଧ୍ୟାୟ ।

ଭାରତଯୋଡ଼ ଯାତ୍ରା
ଜନତାଙ୍କ ସହ ସିଧା ସଳଖ ସମ୍ପର୍କ ଯୋଡିବାକୁ ଆରମ୍ଭ ହେଲା ଭାରତ ଯୋଡ ଯାତ୍ରା । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଦୌଡିଥିଲେ ରାହୁଲବାହିନୀ । ହଜାର ହଜାର କିଲୋମିଟର ଜନସର୍ମ୍ପକ ଯାତ୍ରା କରିବା କିଛି କମ କଥା ନଥିଲା । ଏହାହିଁ କଂଗ୍ରେସକୁ ୨ ବିଧାସନଭା ରାଜ୍ୟରେ କଂଗ୍ରେସକୁ ଅର୍ପୂବ ସଫଳତା ଦେଇଥିଲା । ପରେ ପାଳି ପଡିଥିଲା ମଣିପୁରରରୁ ମୁମ୍ବାଇ ଯାଏଁ ଭାରତ ଯୋଡ ନ୍ୟାୟଯାତ୍ରା । ଯାହାର କେତେ ପ୍ରଭାବ ପକାଇଛି ତାର ଚଳିତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ କରୁଛି । ଏତତ ବ୍ୟତିତ ଦଳ ଓ ମେଂଟକୁ ସାଂଗଠନିକ ସ୍ତରରେ ମଜବୁତ କରିବାକୁ ଯାଇ ଦଳିତ, ପଛୁଆବର୍ଗ, ଓବିସି. ଗରିବଙ୍କ ପାଇଁ ନ୍ୟାୟ ଲଢ଼େଇ ରାହୁଲଙ୍କୁ କେବଳ ଜନତାଙ୍କ ନିକଟତର କରାଇନି ବଂର ଏକ ପରିପକ୍ୱ ଓ ଦାୟିତ୍ୱବାନି ଭାବମୂର୍ତି ତିଆରି କରିଥିଲା ।

ଯୁବବର୍ଗଙ୍କ ସହ ମଜଭୁତ ସମ୍ପର୍କ
ଦେଶର ଅଧିକାଂଶ ଜନସଂଖ୍ୟା ଯେଉଁଠି ଯୁବବର୍ଗ ସେଠି ଜଣେ ଯୁବନେତା ହୋଇ ପହଁଚିଥିଲେ ରାହୁଲ । ମୁଖ୍ୟ ସମସ୍ୟା ବେକାରୀ ହୋଇଥିବାରୁ କେବେ ବଜାରରେ,କେବେ କ୍ୟାଫେ ଆଉ କେବେ ଟ୍ରକଯାତ୍ରା କରି ହାଲଚାଲ ପଚାରିବୁଝିଥିଲେ । ଏଠାରରୁ ହିଁ ଭାବାତ୍ମକ ସର୍ମ୍ପକ ଯୋଡିବା ସହ ରାହୁଲଙ୍କ ଲୋକପ୍ରିୟତା ବଢ଼ାଇଥିଲା

ଘୃଣା ବିରୋଧରେ କ୍ୟାମ୍ପେନ
ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରିଥିଲା ରାହୁଲଙ୍କ ଘୃଣାର ବଜାରରେ ପ୍ରେମର ଦୋକାନ ଡାଇଲଗ ।ସମାଜରେ ବିଜେପି ଘୃଣା ସୃଷ୍ଟି କରୁଛି ଓ କଂଗ୍ରେସ ଏହା ବିରୋଧରେ ଲଢ଼ୁଥିବା କ୍ୟାମ୍ପେନ କରି ଦଳ ପ୍ରତି ଜନତାଙ୍କ ଏକ ଭିନ୍ନ ଦୃଷ୍ଟିକୋଣକୁ ତିଆରି କରିଥିଲେ ରାହୁଲ ।

ନିର୍ଭୀକ ଭାବମୂର୍ତି
ନିର୍ବାଚନ ପୂର୍ବରୁ ଯେଉଁଠି ଜଣଙ୍କ ପରେ ଜଣେ ନେତା ତଦନ୍ତକାରୀ ସଂସ୍ଥା ଜାଲରେ ପଡୁଥିଲେ ସେହି ସମୟରେ ରାହୁଲଙ୍କ ସ୍ୱର ଉତୋଳନ ତାଙ୍କର ପ୍ରତି ନିରଡର ଭାବମୂର୍ତି ତିଆରି କରିବା ସହ ରାହୁଲଙ୍କ ଜନନେତା ଭାବିଥିଲେ ଜନତା

ଏହି ସବୁ ଭିତରେ କଂଗ୍ରେସକୁ ରାଜସ୍ଥାନ, କେରଳ ଓ ୟୁପିରେ ଭଲ ସଫଳତା ମିଳିଛି । ଏଗଜିଟ ପୋଲକୁ ଭୂଲ ପ୍ରମାଣିତ କରି ସେହି ସବୁ ରାଜ୍ୟରେ କଂଗ୍ରେସ ଉତମ ପ୍ରଦର୍ଶନ କରିଛି ଯେଉଁଠି ବିଜେପି ସରକାର ରହିଛି । କେବେ ଦଳ ଭିତରେ କନ୍ଦଳ, ବରିଷ୍ଠ ରାଜନେତାଙ୍କ ଅସନ୍ତୋଷର କାରଣ ଭାବେ ରାହୁଲଙ୍କୁ ଦାୟୀ କରାଗଲା । ସମୟ କ୍ରମେ ପରିସ୍ଥିତି, ଆହ୍ନାନ କାମ ଏବଂ ଦଳ ପ୍ରତି ନିଷ୍ଠା ବଢ଼ିବା ସହ ରାହୁଲ ପ୍ରମାଣ କରିଥିଲେ ଅସମ୍ଭବ କିଛି ନୁହେଁ । ଏବେ ଅପେକ୍ଷା ଦେଖିବାକୁ ୱାୟନାଡ ଓ ରାଏବରେଲିରୁ ବିପୁଳ ଭୋଟ ବ୍ୟବଧାନରେ ଜିତିଥିବା ରାହୁଲ ଆଗକୁ କେଉଁଠୁ ପ୍ରତିନିଧିତ୍ୱ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe