କନକ ବ୍ୟୁରୋ : ଇଲୋକ୍ଟ୍ରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡ ଉପରେ ତୁରନ୍ତ ରୋକ୍ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ ଦ୍ୱାରା ଚାନ୍ଦା ନେବା ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ ବୋଲି କହିଛନ୍ତି କୋର୍ଟ । ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମାର୍ଚ୍ଚ ୬ ତାରିଖ ମଧ୍ୟରେ ସମସ୍ତ ରାଜନୈତିକ ଦଳ ଏନେଇ ସୂଚନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ସର୍ବସମ୍ମତିରେ ଏହି ନିର୍ଦ୍ଦେଶନାମା ଦେଇଛନ୍ତି । ଗତ ବର୍ଷ ନଭେମ୍ବର ୨ ତାରିଖରେ ଏହି ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଦେଶର ବିଭିନ୍ନ ରାଜନୈତିକ ଦଳଗୁଡିକୁ ମିଳିଥିବା ଫଣ୍ଡିଙ୍ଗ୍ର ତଥ୍ୟ କୋର୍ଟଙ୍କ ସମ୍ମୁଖରେ ରଖାଯାଇ ନଥିବାରୁ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ସରକାରଙ୍କୁ କହିଛନ୍ତି, ଇଲେକ୍ଟୋରାଲ ବଣ୍ଡର କଣ ଆବଶ୍ୟକତା ରହିଛି । ସରକାର ତ ଏମିତିରେ ବି ଜାଣିପାରୁଥିବେ, କିଏ ଚାନ୍ଦା ଦେଉଛି । ଇଲେକ୍ଟୋରାଲ ବଣ୍ଡ ମିଳିବା ପରେ ରାଜନୈତିକ ଦଳ ଗୁଡିକ ଜାଣି ସାରିଥାନ୍ତି ଯେ, କିଏ କିଏ କେତେ ଟଙ୍କାର ଚାନ୍ଦା ଦେଉଛନ୍ତି । କଳାଧନ ଆଦାୟ କରିବାର ଏକ ବାଟ ଇଲେକ୍ଟୋରାଲ ବଣ୍ଡ ବୋଲି ଶୁଣାଣିବେଳେ ପ୍ରଧାନ ବିଚାରପତି କହିଛନ୍ତି । କେବଳ ସେତିକି ନୁହେଁ ତିନି ସପ୍ତାହ ଭିତରେ ତଥ୍ୟ ଦେବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି କୋର୍ଟ । ଏସବିଆଇ ମଧ୍ୟ ନିର୍ବାଚନ ଆୟୋଗକୁ ତଥ୍ୟ ପୈଠ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ୨୦୧୯ରୁ ବର୍ତମାନ ପର୍ଯ୍ୟନ୍ତ ରାଜନୈତିକ ଦଳ ଗୁଡିକର ଇଲେକ୍ଟୋରାଲ ବଣ୍ଡ ବିଷୟରେ ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us