ଆସିଲା ସାରା ଓଡ଼ିଶାର ଚିତ୍ର: ଜାଣନ୍ତୁ ମଧ୍ୟାହ୍ନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ କିଏ ରହିଛି ଆଗରେ ଆଉ କିଏ ରହିଛି ପଛରେ

Advertisment
ଆସିଲା ସାରା ଓଡ଼ିଶାର ଚିତ୍ର: ଜାଣନ୍ତୁ ମଧ୍ୟାହ୍ନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ କିଏ ରହିଛି ଆଗରେ ଆଉ କିଏ ରହିଛି ପଛରେ

କନକ ବ୍ୟୁରୋ: ରାଜ୍ୟର ୧୪୬ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନରେ ଏକାଧିକ ରାଉଣ୍ଡରେ ଗଣତି ଶେଷ ହୋଇଛି। ଦିନ ୧୨ଟା ସୁଦ୍ଧା ଅବଗତ ହୋଇଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ୱନ୍ଦିତା ଜାରି ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ସୂଚନା ମୁତାବକ ବିଜେଡି ୮୯ଟି ବିଧାନସଭା ଆସନରେ ଆଗୁଆ ଥିବା ବେଳେ ବିଜେପି ୨୪ଟିରେ ଆଗୁଆ ରହିଛି ଏବଂ ୧୨ଟି ଆସନରେ କଂଗ୍ରେସ ଆଗୁଆ ଓ ୨ଟି ବିଧାନସଭା ଆସନରେ ଆଗରେ ରହିଛି ଅନ୍ୟାନ୍ୟ । ସେହିପରି ଲୋକସଭାରେ ବିଜେଡି ୧୧ ସ୍ଥାନରେ ଆଗୁଆ ଥିବା ବେଳେ ବିଜେପି ୯ଟି ସ୍ଥାନରେ ଆଗୁଆ ରହିଛି ଓ କଂଗ୍ରେସ ଗୋଟିଏ ସ୍ଥାନରେ ଆଗୁଆ ରହିଛି।

ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି ଏବଂ କଂଗ୍ରେସକୁ ପଛରେ ପକାଇ ଆଗରେ ଅଛନ୍ତି ପରୀ ମା ତଥା ବିଜେଡି ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋୟୀ । ସେହିଭଳି ବିଧାନସଭା ଆସନରେ ମଧ୍ୟ ବାଜି ମାରିଛି ବିଜେଡି । ଆସ୍କା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମଂଜୁଳା ସ୍ୱାଇଁ ଆଗରେ ଅଛନ୍ତି । ସେହିଭଳି ସାନଖେମିଣ୍ଡି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ସୋରଡାରେ ବିଜେଡି ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ । ବାଲେଶ୍ୱର ଲୋକସଭା ମଣ୍ଡଳୀରୁ ବିଜେଡି ସାଂସଦ ପ୍ରାର୍ଥୀ ରବିନ୍ଦ୍ର ଜେନା ଆଗରେ ରହିଥିବା ବେଳେ ବିଧାନସଭା ଆସନରୁ ବି ବିଜେଡି ପ୍ରାର୍ଥୀ ଆଗରେ ଅଛନ୍ତି । ବଡସାହି ବିଧାନସଭା ଆସନରୁ ସନାତନ ବିଜୁଳି , ବସ୍ତାରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ , ଭୋଗରାଇରୁ ବିଜେଡି ପ୍ରାର୍ଥୀ ଅନନ୍ତ ଦାସ, ଜଳେଶ୍ୱରରେ ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର, ନୀଳଗିରିରେ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ, ରେମୁଣାରେ ବିଜେଡି ପ୍ରାର୍ଥୀ ସୁଧାଂଶୁ ପରିଡା । ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ। ବରଗଡ ଲୋକସଭା ଆସନରେ ବିଜେପି ସାଂସଦ ପ୍ରାର୍ଥୀ ସୁରେଶ ପୂଜାରୀ ଆଗରେ, ଭଟଲିରେ ସୁଶାନ୍ତ ସିଂ, ବିଜେପୁରରେ ଆଗରେ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ରାଜଗାଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମଙ୍ଗଳା କିଷାନ ଆଗରେ

ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ଆଗରେ

ପଦ୍ମପୁରର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗରେ

ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ଆଗରେ

ବ୍ରହ୍ମପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ଆଗରେ

ଦିଗପହଣ୍ଡି ବିଧାନସଭା ଆସନରେ ବିଜେଡି ପାର୍ଥୀ ସୂର୍ଯ୍ୟାନାରାୟଣ ପାତ୍ର ଆଗରେ

ଚିକିଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଉଷା ଦେବୀ ଆଗରେ

ମୋହନାରେ ବିଜେଡି ଆଗରେ

ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କେ. ନାରାୟଣ ରାଓ ଆଗୁଆ

ଭଦ୍ରକ ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ମଂଜୁଳତା ମଣ୍ଡଳ ଆଗରେ

ବାସୁଦେବପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସ ଆଗରେ

ଭଦ୍ରକ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ଆଗରେ

ଭଣ୍ଡାରୀପୋଖରୀରୁ ବିଜେଡି ପ୍ରାର୍ଥୀ ପ୍ରଫୁଲ ସାମଲ ଆଗୁଆ

ଚାନ୍ଦବାଲିରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଆଗରେ

ଧାମନଗରରେ ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ ଆଗରେ

ସିମୁଳିଆରେ ବିଜେଡି ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଗରେ

ସୋରୋ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସୁରେଶ ପରମାଣିକ ଆଗରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe