ପଞ୍ଚାୟତ ଫଇସଲା : ଟ୍ରେଣ୍ଡ ଅନୁଯାୟୀ ଖଣି ଓ ଶିଳ୍ପାଞ୍ଚଳରେ ବିଜେଡିର ଦବଦବା ଜାରି

Advertisment
ପଞ୍ଚାୟତ ଫଇସଲା : ଟ୍ରେଣ୍ଡ ଅନୁଯାୟୀ ଖଣି ଓ ଶିଳ୍ପାଞ୍ଚଳରେ ବିଜେଡିର ଦବଦବା ଜାରି

କନକ ବ୍ୟୁରୋ : ଖଣି ଓ ଶିଳ୍ପାଞ୍ଚଳରେ ବିଜେଡିର ଦବଦବା ଜାରି ରହିଛି । ଯାଜପୁରର ୩୯ଟି ଜୋନରୁ ୨୨ଟିର ପରିଣାମ ଆସିଛି । ସମସ୍ତ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨ଦିନ ଭିତରେ ବିରୋଧୀ ଖାତା ଖୋଲି ପାରିନାହାନ୍ତି । ବରୀ ୨୨ନଂ ଜୋନରେ ଟକ୍କର ଦେଉଥିବା ବିଜେପି ପ୍ରାର୍ଥୀ ଶେଷ ମୁହୂର୍ତ୍ତରେ ପରାଜିତ ହୋଇଛନ୍ତି । ଟ୍ରେଣ୍ଡ ଅନୁସାରେ,

ଯାଜପୁର - ୨୨/୩୯
ବିଜେଡି ୨୨, ବିଜେପି ୦୦, କଂଗ୍ରେସ ୦୦

କେନ୍ଦୁଝର - ୨୫/୩୭
ବିଜେଡି ୨୪, ବିଜେପି ୦୧, କଂଗ୍ରେସ ୦୦

ଗତଥର ୩୯ଟି ଜୋନରୁ ୩୩ଟି ବିଜେଡି ଜିତିଥିଲା । ୬ଟି ଆସନ ଜିତି ଜିଲ୍ଲାରେ ବିଜେପି ନିଜର ଉପସ୍ଥିତି ଜାହିର କରିଥିଲା । ତେବେ ଜିଲ୍ଲାରେ କଂଗ୍ରେସର ରାଜନୈତିକ ଉପସ୍ଥିତି ପ୍ରାୟ ଶୂନ । ସେହିପରି କେନ୍ଦୁଝରରେ ୩୭ଜିଲ୍ଲା ପରିଷଦ ଜୋନରୁ ୨୫ଟିର ପରିଣାମ ଆସିଛି । ୧୨ଟି ଜୋନରେ ବିଜେଡି ବିଜୟୀ, ୧୨ଟିରେ ଆଗୁଆ ରହିଛି । କେବଳ କେଲକୋଇର ଗୋଟିଏ ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଧାୟକ ମୋହନ ମାଝୀଙ୍କ ନିର୍ବାଚନୀ କ୍ଷେତ୍ରରେ ବିଜେପି ନିରାଶ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe