୩ ଟି ଲୋକସଭା ଓ ୩୦ ଟି ବିଧାନ ସଭା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ, ନଭେମ୍ବର ୨ ତାରିଖକୁ ଗଣତି

124

କନକ ବ୍ୟୁରୋ :  ଦେଶରେ ଅଜି ୩୦ ଟି ବିଧାନସଭା ଓ ୩ ଟି ଲୋକସଭା ଉପନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି । ଲୋକସଭା ପାଇଁ ମଧ୍ୟପଅଦେଶର ଗୋଟିଏ, ହିମାଚଳ ପ୍ରଦେଶରେ ଗୋଟିଏ ଓ ଦାଦ୍ରା ନଗର ହାବେଳୀର ଗୋଟିଏ ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି ।

ସେହିଭଳି ଆନ୍ଧ୍ରପ୍ରଦେଶର ଗୋଟିଏ, ଆସାମର ୫ ଟି, ବିହାର ୨ଟି, ହରିଆଣା ଗୋଟିଏ, ହିମାଚଳ ପ୍ରଦେଶ ୩ଟି, କର୍ଣ୍ଣାଟକ ୨ ଟି, ମଧ୍ୟପ୍ରଦେଶ ୩ଟି, ମହାରାଷ୍ଟ୍ର ଗୋଟିଏ, ମେଘାଳୟ ୩ଟି, ମିଜୋରାମ ଗୋଟିଏ, ନାଗାଲାଣ୍ଡ ଗୋଟିଏ, ରାଜସ୍ଥାନ ୨ଟି, ତେଲେଙ୍ଗାନା ଗୋଟିଏ ଓ ପଶ୍ଚିମବଙ୍ଗରେ ୪ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି ।

ଆଜି ସକାଳୁ ପଶ୍ଚିମବଙ୍ଗର କୁଚ୍‌ବିହାରର ଦିନହନ୍ତ ଏବଂ ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ଖରଦାହ୍‌ ବିଧାନସଭା ଉପନିର୍ବାଚନରେ ଭୋଟ୍‌ ଦେବା ପାଇଁ ଲୋକେ ବୁଥ୍‌ ସମ୍ମୁଖରେ ଧାଡ଼ିବାନ୍ଧିଛନ୍ତି। ମଧ୍ୟପ୍ରଦେଶର ପୃଥ୍ଵୀପୁର, ରାଇଗାଓଁ ଏବଂ ଜୋବାତ୍‌ରେ ‘ବିଜେପି’ ଏବଂ ‘କଂଗ୍ରେସ’ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ରାଜସ୍ଥାନର ଧରିଆଓ୍ଵାଡ଼ ଏବଂ ବଲ୍ଲଭନଗର ବିଧାନସଭା ଉପନିର୍ବାଚନରେ ମଧ୍ୟ ଉପରୋକ୍ତ ଦୁଇ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

ମହାରାଷ୍ଟ୍ରରେ ଅନୁଷ୍ଠିତ ଏକମାତ୍ର ବିଧାନସଭା ଆସନର (ଦେଗଲୁର୍‌) ଉପନିର୍ବାଚନରେ ସମୁଦାୟ ୧୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନଭେମ୍ବର ୨ ତାରିଖ ଦିନ ଏ ସବୁ ଭୋଟ୍‌ ଗଣନା ଆରମ୍ଭ ହେବ।