ନିର୍ବାଚନ ଆସିଲା, ତେଲ ଦର ସ୍ଥିର । କେମିତି ଲାଗିଲା ଲଗାମ ରାଜନୈତି ବିଶ୍ଲେଷକ କହିଲେ ଭୋଟ ଭୟରେ ହୋଇଥାଇପାରେ ଏପରି ନିଷ୍ପତି 

180

କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାପରଠୁ ତେଲ ଦର ବୃଦ୍ଧିର ତାତି ସଂସଦରେ ଦେଖିବାକୁ ମିଳୁଛି । ସେପଟେ ସାଉଦି ଆରବର ପେଟ୍ରୋଲିୟମ ପ୍ରତିଷ୍ଠାନ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବଢିଛି । ଏପଟେ ଲଗାତାର ଫେବୃୟାରୀ ୯ରୁ ୨୦ ତାରିଖ ଯାଏଁ ପେଟ୍ରୋଲ ଦର ବଢିଥିଲେ ମଧ୍ୟ ଜାତୀୟ ନିର୍ବାଚନ କମିସନ ୫ ରାଜ୍ୟ ପାଇଁ ନିର୍ବାଚନ କମିସନଙ୍କ ତାରିଖ ଘୋଷାଣା ପରେ । ଫେବୃୟାରୀ ୨୬ ପରଠୁ ତେଲ ଦର ଉପରେ ଲଗାମ ଲାଗିଛି । ତେଣୁ ନିବ ର୍ାଚନ ସହ ତେଲ ଦରକୁ ଯୋଡି ଦେଖାଯାଉଛି ।

ସରକାର ତେଲ ଦର ବଢିବା ପରେ ଖାଉଟିଙ୍କ ଅସନ୍ତୋଷ ମଧ୍ୟ ବଢିଛି । ଏପରି ସମୟରେ ତେଲ ନିୟନ୍ତ୍ରଣ କରିବା କ୍ଷମତା ଘରୋଇ ସଂସ୍ଥା ହାତରେ ରହିଛି ତେଣୁ ସରକାର ନିଜେ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି । ହେଲେ ଏଥର ୫ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ । ଲୋକଙ୍କ ଆକ୍ରୋଶର ପ୍ରଭାବ ଭୋଟ ଉପରେ ପଡିବା ଭୟରେ ସରକାର ତେଲ ଦର ଉପରେ ସାମୟିକ ଲଗାମ ଲଗାଇଥିବା ଚର୍ଚ୍ଚା ହେଉଛି ।