କନକ ବ୍ୟୁରୋ : ପାକିସ୍ଥାନର ରାଜନୈକ ସଙ୍କଟ ମଧ୍ୟରେ ଆସନ୍ତାକାଲି ହୋଇପାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାଗ୍ୟ ପରୀକ୍ଷା । ଇମ୍ରାନଙ୍କ ପାଖରେ ଆଉ ୮ ସାଂସଦଙ୍କ ସମର୍ଥନ କମ ରହିଥିବାରୁ ଇମ୍ରାନ ଗାଦିଚ୍ୟୁତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏପରି ସ୍ଥଳେ ଇମ୍ରାନ କହିଛନ୍ତି ତାଙ୍କ ଜୀବନ ବିପଦରେ ଅଛି ।

Advertisment

ପାକିସ୍ଥାନ ସେନା ଇମ୍ରାନଙ୍କୁ ତିନିଟି ପସନ୍ଦ ଦେଇଛି । ପ୍ରଥମଃ ଇମ୍ରାନ ଆନାସ୍ଥା ପ୍ରସ୍ତାବର ସାମ୍ନା କରନ୍ତୁ, ନହେଲେ ଖୁବଶିଘ୍ର ନିର୍ବାଚନ କରନ୍ତୁ, ନଚେତ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଇମ୍ରାନଙ୍କୁ କହିଛି ପାକିସ୍ଥାନ ସେନା । ମୋ ଜୀବନ ବିପଦରେ ଥିଲେ ମଧ୍ୟ ପାକିସ୍ଥାର ଗଣତାନ୍ତ୍ରିକ ଏବଂ ସ୍ୱତନ୍ତ୍ରତା ପାଇଁ ଲଢେଇ କରିବେ ବୋଲି କହିଛନ୍ତି । ମୁଁ ଏବଂ ମୋ ପରିବାର ଉପରେ ବିପଦ ରହିଛି । ଅନ୍ୟ ଦେଶର ସହଯୋଗରେ ବିରୋଧୀମାନେ ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ତେବେ ପାକିସ୍ଥନ ସେନା ଦେଇଥିବା ତିନିଟି ପ୍ରସ୍ତାବ ମଧ୍ୟରୁ ଶିଘ୍ର ନିର୍ବାଚନ କରିବାକୁ ନିଷ୍ପତି ନେଇଛନ୍ତି ଇମ୍ରାନ । ଏବଂ ପାକିସ୍ଥ୍ାନର ନାଗରିକମାନଙ୍କୁ ତାଙ୍କୁ ଆଉ ଥରେ ପୂର୍ଣ୍ଣ ବହୁମତ ଦେଇ ଜିତାଇବାକୁ ନିବେଦନ କରିଛନ୍ତି ।