କନକ ବ୍ୟୁରୋ: କାକଟପୁର ସଂରକ୍ଷିତ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ । ଆଶା ଆଶଙ୍କାରେ ବିଜେଡି ବିଜେପି ଓ କଂଗ୍ରେସ ଆଶାୟୀ କର୍ମୀ । କାକଟପୁର ସଂରକ୍ଷିତ ବିଧାନସଭା ଆସନ କୌଣସି ବି ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି । ବିଜେଡିର ୪ର୍ଥ ପର୍ଯ୍ୟାୟ ତାଲିକାରେ ବି କାକଟପୁରରକୁ ନେଇ ଘୋଷଣା ହୋଇ ନାହିଁ । ବିଜୁ ଜନତା ଦଳର ଦୁର୍ଗ ଭାବେ ପରିଚିତ ଏହି ଆସନରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିନିଧିତ୍ୱ କରୁଥିଲେ ବି ଏଥର କାହାକୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ସେହିପରି ୨୦୧୯ରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସରୁ ଏଥର କିଏ ହେବ ପ୍ରାର୍ଥୀ ତାହା ମଧ୍ୟ ଘୋଷଣା ହୋଇ ନାହିଁ । ଗତ ନିର୍ବାଚନରେ ବିଶ୍ୱଭୂଷଣ ଦାସ ୪୮ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ମାତ୍ର ଗତ କିଛି ଦିନ ତଳେ ସେ ବିଜେପିରେ ସାମିଲ ହୋଇଛନ୍ତି । ଆଉ ବିଜେପି ଟିକେଟ୍ର ପ୍ରମୁଖ ଦାବିଦାର ରହିଛନ୍ତି । ଫଳରେ କଂଗ୍ରେସର କିଏ ହେବ ପ୍ରାର୍ଥୀ ସେନେଇ ସଂକଟ ଲାଗିରହିଛି । କହିବାକୁ ଗଲେ କାକଟପୁର ଆସନରେ ତିନି ପ୍ରମୁଖ ଦଳର କିଏ ହେବ ପ୍ରାର୍ଥୀ ସେନେଇ ସସ୍ପେନ୍ସ ଲାଗିରହିଛି ।