ଆଗକୁ ନିର୍ବାଚନ: ଚିତ୍ରକୋଣ୍ଡାରେ ରାଜନୈତିକ ମାହୋଲ ସରଗରମ

50

କନକ ବ୍ୟୁରୋ: ଚର୍ଚ୍ଚାରେ ଚିତ୍ରକୋଣ୍ଡା ନିର୍ୱାଚନ ମଣ୍ଡଳି । ଯେଉଁଠି ଦିନେ ମାଓବାଦୀଙ୍କ ଭୟ ଯୋଗୁ ଭୋଟ ପଡୁ ନ ଥିଲା । ସେଠାରେ ଏବେ ପ୍ରତିଟି ଦଳରେ ମାଳ ମାଳ ଆଶାୟୀ । ପୁର୍ୱଚନ ବିଜେଡି ବିଧାୟକ ଜମରୁ ଶିଶା ଦଳ ଛାଡି ବିଜେପି ରେ ମିଶିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସେପଟେ ବିଜେଡି ଶିବିର ର ମାଳ ମାଳ ଆଶୀୟୀ ଏବେ ପରସ୍ପର ର ଗୋଡ ଟାଣିବାରେ ଲାଗି ପଡିଛନ୍ତି । ଆଉ ବିଜେପି ବିଜେଡି ର ଗୋଳିଆ ପାଣି ରେ ମାଛ ଧରିବାକୁ ଅନାଇ ବସିଛି କଂଗ୍ରେସ ଦଳ ।

ସ୍ୱାଭିମାନ ଆଂଚଳରେ ରାଜନୀତି ଯୋରଦାର । ରାଜ୍ୟରେ ଶେଷ ନିର୍ବାଚନ ମଣ୍ଡଳିରେ ରାଜନୀତି ସରଗରମ । ୨୦୧୪ ନିର୍ବାଚନରେ ବିଜେଡି ଟିକଟରେ ବିଜୟୀ ହୋଇଥିବା ପୁର୍ବତନ ବିଧାୟକ ଡମରୁ ଶିଶା ବିଜେଡିକୁ ବାୟ ବାୟ କରିଛନ୍ତି । ବଣ୍ଡା ଜନଜାତିର ଉଚ୍ଚ ଶିକ୍ଷିତ ଯୁବକ ହୋଇ ଥିବାରୁ ମୁଖ୍ୟ ମନ୍ତ୍ରୀଙ୍କ ବହୁ ନିକଟତର ଥିଲେ । ତେବେ ୧୬ ବର୍ଷ ଧରି ସେ ଦଳରେ ରହିଥିବାବେଳେ ୨୦୧୯ ଠାରୁ ତାଙ୍କୁ ଦଳରେ ଅଣଦେଖା କରା ଯାଉଥିବା ଅଭିଯୋଗ ଆଣି ମୁଖ୍ୟ ମନ୍ତ୍ରୀ ଙ୍କୁ ନିଜ ଇସ୍ଥଫା ପଠାଇଛନ୍ତି । ଆଉ ସମର୍ଥକଙ୍କ ସହ ବିଜେପିରେ ମିଶିବା ନେଇ ଡମ୍ବରୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି ।

ଚିତ୍ରକୋଣ୍ଡାରେ ମାଳ ମାଳ ଆଶାୟୀ । ବିଜେଡିରେ ଥମୁନି ଗୋଡ ଟଣା ରାଜନୀତି । ବିଜେଡି ଦଳର ୧୦ ରୁ ଅଧିକ ଆଶୀୟ ଥିବା ବେଳେ ପ୍ରଦୀପ ମାଝୀଙ୍କ ସହ କଂଗ୍ରେସ ଛାଡି ବିଜେଡି ରେ ମିଶି ଥିବା ଲକ୍ଷ୍ମିପ୍ରିୟା ନାୟକଙ୍କୁ ନେଇ ଚର୍ଚା ଲାଗି ରହିଛି । ସେପଟେ କଂଗ୍ରେସ ଦଳରେ ମଧ୍ୟ ମାଳ ମାଳ ଆଶାୟୀ ରହିଥିବା ବେଳେ ବିଜେଡି ଓ ବିଜେପି ଟକ୍କର ଭିତରେ ମଇଦାନରେ ନିଜ ପ୍ରସ୍ତୁତି ଚଳାଇଛି କଂଗ୍ରେସ ଦଳ ।

ଯେଉଁଠି ମାଓବାଦୀଙ୍କ ଭୟରେ ଭୋଟ ଦେବା ଲାଗି ଲୋକେ ଘରୁ ବାହାରୁ ନ ଥିଲେ, ସେଠାରେ ଏଥର ନିର୍ବାଚନ ଲାଗି ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।