କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଅଜି କଂଗ୍ରେସ ପକ୍ଷରୁ ଘୋଷଣାପତ୍ର ‘ଉନ୍ନତି ବିଧାନ’ ଜାରି କରିଛି । ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ବରିଷ୍ଠ ନେତା ସଲମାନ ଖୁର୍ସିଦ, ପିଏଲ ପୁନିଆ ଉପସ୍ଥିତ ଥିଲେ । କଂଗ୍ରେସ ଦାବି କରିଛି କି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବାବଦରେ ଅବଗତ ହେବା ପରେ ଦଳ ପକ୍ଷରୁ ଏହି ଘୋଷଣାପତ୍ର ପ୍ରସ୍ତୁତ କରାଯାଇଛି । ତେବେ ଆସନ୍ତୁ ଜାଣିବା ୟୁପିବାସୀଙ୍କ ପାଇଁ କଣ ରହିଛି କଂଗ୍ରେସର ଘୋଷଣାପତ୍ର ।

Advertisment
  • ସରକାର ଗଠନ ହେବାର ୧୦ ଦିନ ମଧ୍ୟରେ କୃଷକଙ୍କ ସମସ୍ତ ଋଣ ଛାଡ ।
  • ଧାନ ଓ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କା, ଗହମ ୪୦୦ ଟଙ୍କା ।
  • ସମସ୍ତ ପୁରୁଣା ବିଜୁଳି ବିଲ ଛାଡ ।
  • କରୋନା ସମୟରେ ବିଗିଡିଥିବା ଆର୍ଥିକ ଅବସ୍ଥାର ସୂଧାର ପାଇଁ ପ୍ରତି ପରିବାରକୁ ୨୫ ହଜାର ଟଙ୍କା ସହାୟତା ।
  • ୨୦ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରି ।
  • ରୋଜଗାର କ୍ଷେତ୍ରରେ ମହିଳାଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ।
  • ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ମାଗଣା ।
  • ପଶୁମାନଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ।
  • ଗୋ ଧନ ଯୋଜନା କ୍ରମରେ ସରକାର ଗୋବର କିଲୋ ପ୍ରତି ୨ ଟଙ୍କାରେ କିଣିବେ ।
  • ମଧ୍ୟମବର୍ଗ ଲୋକଙ୍କ ପାଇଁ ବାସଗୃହ ଯୋଜନା ।
  • ଗ୍ରାମ ପ୍ରଧାନଙ୍କ ମାସିକ ଦରମା ୬ ହଜାର ଟଙ୍କା ।
  • କରୋନା କାଳରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ।
  • ସ୍କୁଲ ଫିସ୍ ବଢିବା ଉପରେ ପ୍ରତିବନ୍ଧକ ।
  • ଖାଲି ପଡିଥିବା ୨ ଲକ୍ଷ ଶିକ୍ଷକ ପଦବୀ ତୁରନ୍ତ ପୂରଣ ।
  • ବିଭିନ୍ନ କାଟାଗୋରୀରେ ଥିବା ଶିକ୍ଷକଙ୍କୁ ଅନୁଭବ ଅନୁସାରେ ନିୟମିତ କରାଯିବ ।
  • ଦିବ୍ୟାଙ୍ଗଙ୍କୁ ମାସିକ ୩ ହଜାର ଟଙ୍କାର ଭତ୍ତା ।
    ଏହି ଘୋଷଣାପତ୍ର ଜାରି କରିବା ବେଳେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି, ଅନ୍ୟ ରାଜନୈତିକ ଦଳଭଳି କଂଗ୍ରେସ କାହାରି ଘୋଷଣାପତ୍ରକୁ କପି କରିନାହିଁ ବରଂ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିବା ପରେ ଏହାର ସମାଧାନକୁ ଦୃଷ୍ଟିରେ ରଖି ଦଳ ‘ଉନ୍ନତି ବିଧାନ’ ଘୋଷଣା କରିଛି ।