ଲୋକସଭା ନିର୍ବାଚନ ୨୦୧୯ର ତୃତୀୟ ପର୍ଯ୍ୟାୟ ଭୋଟିଙ୍ଗରେ ୧୫ ଟି ରାଜ୍ୟ ଏବଂ ୧୧୭ ଟି ସିଟରେ ଆଜି ଭୋଟ୍ ଦେବା ପ୍ରକ୍ରିୟା ଚାଲୁ ରହିଛି । ତୃତୀୟ ଚରଣରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ରାଜନେତାଙ୍କ ଭାଗ୍ୟ ଆଜି ଜନତା ଜନାର୍ଦ୍ଦନଙ୍କ ଅଙ୍ଗୁଳି ଟିପରେ ରହିଛି ।
ଆସାମ : ୧୨.୩୬ %
ବିହାର : ୧୨.୬୦ %
ଗୋଆ : ୨.୨୯ %
ଜମ୍ମୁ-କାଶ୍ମୀର : ୦ %
କର୍ଣ୍ଣାଟକ : ୧.୫୬ %
କେରଳ : ୨.୪୮ %
ମହାରାଷ୍ଟ୍ର : ୦.୯୯ %
ଓଡିଶା : ୧.୩୨ %
ତ୍ରିପୁରା : ୧.୫୬ %
ଉତ୍ତରପ୍ରଦେଶ : ୬.୮୪ %
ପଶ୍ଚିମବଙ୍ଗ : ୧୦.୯୭ %
ଛତିଶଗଡ : ୨.୨୪ %
ଦାଦର ଏବଂ ନାଗର ହବେଲି : ୦%
ଡାମନ୍ ଏବଂ ଡିଓ : ୫.୮୩ %
ଗୁଜୁରାଟର ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏବଂ ତାଙ୍କ ପତ୍ନୀ ସୋନଲ୍ ଶାହ ସହ ଅହମ୍ମଦାବାଦର ନରନପୁରାରେ ଭୋଟ୍ ଦେଇଛନ୍ତି ।
ଓଡିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ଦେଉଛନ୍ତି ।
ପଶ୍ଚିମବଙ୍ଗରେ ୮୭ ବର୍ଷୀୟ ମା’କୁ କାଖରେ ଉଠାଇ ଭୋଟ୍ ଦେବାକୁ ଆସିଥିବା ଜଣେ ବ୍ୟକ୍ତି ।
ଭୁବନେଶ୍ୱରରେ ଦିବ୍ୟାଙ୍ଗ ଭୋଟର ଭୋଟ୍ ଦେବାକୁ ଆସିଛନ୍ତି ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ଋପାଣୀ ଏବଂ ତାଙ୍କ ପତ୍ନୀ ଅଜଂଳୀ ଭୋଟ୍ ଦେଉଛନ୍ତି ।
ଓଡିଶାର ପୂର୍ବ ଆଇଏଏସ୍ ଅଧିକାରୀ ଏବଂ ଭୁବନେଶ୍ୱର ବିଜେପି ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ଭୋଟ୍ ଦେଉଛନ୍ତି ।
ଗୁଜୁରାଟରେ ପିଏମ୍ ମୋଦି ଅହମ୍ମଦାବାଦର ରାନୀପ୍ ରେ ସେକେଣ୍ଡ୍ରୀ ସ୍କୁଲରେ ଭୋଟ୍ ପକାଇଥିଲେ । ବିଜେପି ଅଧ୍ୟକ୍ଷ ଅମିତ ଶାହ୍ ମଧ୍ୟ ଉପସ୍ଥିତ ଥିଲେ ।
Follow Us