ଭୁଶୁଡ଼ିଲା ଉଦଳା ବିଜେପିର ଦୁର୍ଗ : ଦଳକୁ ବ୍ୟାକ୍ ଫୁଟକୁ ଟାଣିଆଣିଛି ରାଜକିଶୋରଙ୍କ ନିଷ୍ପତି

Advertisment
ଭୁଶୁଡ଼ିଲା ଉଦଳା ବିଜେପିର ଦୁର୍ଗ : ଦଳକୁ ବ୍ୟାକ୍ ଫୁଟକୁ ଟାଣିଆଣିଛି ରାଜକିଶୋରଙ୍କ ନିଷ୍ପତି

କନକ ବ୍ୟୁରୋ: ନିର୍ବଚନ ସମୟରେ ଦଳ ବଦଳ ପ୍ରକ୍ରିୟା ଜାରି ରହିଥିବା ବେଳେ ଉଦଳା ବିଜେପି ସଂଗଠନର ଏକ ସକ୍ରିୟ ଗୋଷ୍ଠୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛି। ନିର୍ବାଚନକୁ ଦିନ କେଇଟା ଥିବାରୁ ଏହା ବିଜେପି ପାଇଁ ଏହା ଏକ ଜୋରଦାର ଝଟକା ସଦୃଶ ହୋଇଛି।

publive-image

ମୟୂରଭଞ୍ଜ ବିଜେପିର ବରିଷ୍ଠ ନେତା ରାଜକିଶୋର ଦାସ ଦଳ ଛାଡ଼ି ବିଜେଡିରେ ସାମିଲ ହେବା ସହ ଜିଲ୍ଲାର ସବୁ ନିର୍ବାଚନ ମଣ୍ତଳୀରୁ ତାଙ୍କ ଅନୁଗତ ଗୋଷ୍ଠୀ ଏବେ ଦଳ ଛାଡି ବିଜେଡିରେ ସାମିଲ ଏବେ ଦଳକୁ ବ୍ୟାକ୍ ଫୁଟକୁ ଟାଣିଆଣିଛି। ଗତ କିଛି ମାସ ମଧ୍ୟରେ ଉଦଳାରେ ବିଜେପି ନିଜ ସ୍ଥିତି ବେଶ୍ ସୁଦୃଢ଼ କରି ପାରିଥିଲା। ହେଲେ ଏବେ ଦଳ ବଦଳ ରାଜନୀତି ସବୁ ବିଗାଡ଼ି ଦେଇଛି।

publive-image

ଉଦଳାର ପୁର୍ବତନ ଏନଏସି ଅଧ୍ୟକ୍ଷା ପ୍ରେମଲତା ଜେନା, ୩ ଥର କାଉନସିଲର ତଥା ରାଜ୍ୟ ଏସ୍‌ଟି ମୋର୍ଚାର ଉପସଭାପତି ଚତୁର୍ଭୁଜ ପାତ୍ର, ଆଶାୟୀ ପ୍ରାର୍ଥୀ ଡା. ଶିବନାରାୟଣ ସିଂ, ଉଦଳା ନଗର ସଭାପତି ଦିବାକର ଲେଙ୍କା, ରାଜ୍ୟ ଯୁବ କାର‌୍ୟ୍ୟକାରୀ ସଦସ୍ୟ ଖକନ ଜେନା , ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଯୋଗେନ୍ଦ୍ର କର, ରବୀନ୍ଦ୍ର ବାରିକ, ଭଗବାନ ସେଠୀଙ୍କ ସମେତ ତୃଣମୂଳସ୍ତରର ପ୍ରାୟ ୩୦୦ କାର୍ଯ୍ୟକର୍ତ୍ତା ଓ କର୍ମୀ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜକିଶୋର ଦାସଙ୍କ ଅନୁଗତ ଭାବେ ଦଳରେ ଯୋଗ ଦେଇଛନ୍ତି। ଏହି ଯୋଗଦାନ ଫଳରେ ଉଦଳା ବିଧାନସଭା କ୍ଷେତ୍ରରେ ବିଜେପିର ସାଙ୍ଗଠନିକ ଦୁର୍ବଳତା ଏବେ ପଦାରେ ପଡ଼ି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe