କନକ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇବା ସହ ଭୋଟ ଅଙ୍କକଷା ମଧ୍ୟ ଜୋରଦାର ହୋଇଛି । ୩ ପ୍ରମୁଖ ରାଜନୈତିକ ଦଳ ବହୁ ଆସନରେ ଉଭୟ ଲୋକସଭା ଓ ବିଧାନସଭା ଟିକଟ ଘୋଷଣା କରିବା ପରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଆଶାୟୀ । ଯେମିତି ସୁନ୍ଦରଗଡ ତଳସରାରେ କଂଗ୍ରେସ ପ୍ରର୍ଥୀ ପ୍ରଫୁଲ୍ଲ ମାଝିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି କଂଗ୍ରେସ ଟିକଟ ଆଶାୟୀ ଥିବା ଗେରୋଟୀ ଖେସ ।
ଗେରୋଟୀ ସବଡେଗା ଜିଲ୍ଲ ପରିଷଦ ସଭ୍ୟା ଥିବା ବେଳେ କଂଗ୍ରେସ ଟିକଟ ପାଇଁ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକଟ ନଦେବାରୁ ସେ ସ୍ୱାଧୀନ ଭାବେ ନାମାଙ୍କନ ଭରିବା ପରେ ତଳସରା କଂଗ୍ରେସ ଭୋଟ ଭାଗ ଭାଗ ହେବାର ସମ୍ଭାବନା ରହିଛି । ତଳସରାରେ ୨୦୧୯ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବ ଏବଂ କଂଗ୍ରେସ ଭୋଟ ଗେରୋଟୀ ଖେସ କାଟିବେ ବୋଲି ଚର୍ଚ୍ଚା ହେଉଛି ।
image courtesy - en.wikipedia.orgତେବେ କଂଗ୍ରେସର ଗଡ କୁହାଯାଉଥିବା ତଳସରାରେ କୌଣସି ବିକାଶ ମୂଳକ କାମ ହୋଇନାହିଁ ତେଣୁ ଗେରୋଟୀ ଜନତାଙ୍କ ସମର୍ଥନରେ ନିର୍ବାଚିତ ହୋଇ ବିକାଶ କାମ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/CONGRESS-5.jpg)
/kanak/media/post_attachments/wp-content/uploads/2019/03/vlcsnap-2019-03-28-16h40m15s420-300x220.png)