ବୌଦ୍ଧ ରାଜନୀତି ସରଗରମ: ବିଜେଡି ପରେ ବିଜେପି ଶିବିରରେ ଉଠିଲା ବିଦ୍ରୋହର ସ୍ବର

Advertisment
ବୌଦ୍ଧ ରାଜନୀତି ସରଗରମ: ବିଜେଡି ପରେ ବିଜେପି ଶିବିରରେ ଉଠିଲା ବିଦ୍ରୋହର ସ୍ବର

କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ପରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଅସନ୍ତୋଷ ମୁଣ୍ଡ ଟେକିଛି। ପୂର୍ବରୁ କଣ୍ଟାମାଳ ନିର୍ବାଚନମଣ୍ଡଳୀରେ ମହୀଧରଙ୍କ ବିରୋଧରେ ଅସନ୍ତୁଷ୍ଟଙ୍କ ମେଳି ସୃଷ୍ଟି ହୋଇଥିଲା। ମାତ୍ର ଦଳ ପକ୍ଷରୁ ପୁନର୍ବାର ମହୀଧରଙ୍କୁ ଟିକଟ ଦିଆଯିବାରୁ ବିଜେଡିର ଅନ୍ତଃକନ୍ଦଳ ବିଦ୍ରୋହ ରୂପ ନେଇଛି। ଦଳର କିଛି ବରିଷ୍ଠ ନେତା ବୟନିକା ଅଧ୍ୟକ୍ଷ ଶେଷ ମେହେରଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଛନ୍ତି। ଯାହାକୁ ନେଇ ବିଜେପି ଶିବିରରେ ପୂର୍ବରୁ ଉତ୍ସାହ ଦେଖାଯାଇଥିଲା। ମାତ୍ର, କଂଗ୍ରେସ ଦଳର ନେତା କହ୍ନେଇ ଚରଣ ଡାଙ୍ଗଙ୍କୁ କଣ୍ଟାମାଳ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଦେବାରୁ ଦଳ ମଧ୍ୟରେ ବିଦ୍ରୋହର ସ୍ବର ଉଠିବା ଆରମ୍ଭ ହୋଇଛି। ପୂର୍ବ ନିର୍ବାଚନରେ ବିଜେପିର ପ୍ରାର୍ଥୀ ରହିଥିବା ସୁଧାଂଶୁ ଡାଙ୍ଗ ଓ ତାଙ୍କ ସହଯୋଗୀ ଦଳ ବିରୋଧରେ ଯାଇ ସ୍ବାଧୀନ ଭାବେ ଲଢ଼େଇ କରିବେ ବୋଲି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

publive-image

ସୋମବାର ସୁଧାଂଶୁ ତାଙ୍କ ଦଳୀୟ ପ୍ରାର୍ଥୀ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହି ଅନୁରୂପ ଅବସ୍ଥା ବିଜେଡିର ଅନ୍ୟତମ ପ୍ରମୁଖ ବିଧାନସଭା ଆସନ ବୌଦ୍ଧ ନିର୍ବାଚନମଣ୍ଡଳୀରେ ମଧ୍ୟ ସୃଷ୍ଟି ହୋଇଛି। ବିଜେଡିର ହେବିୱେଟ୍ ନେତା ପ୍ରଦୀପ ଅମାତଙ୍କ ପ୍ରମୁଖ ସହଯୋଗୀ ରହି ଆସିଥିବା ନେତା ଓ କର୍ମୀ ଦଳ ଛାଡ଼ି ପ୍ରଥମେ ମେଳି କରିବା ଓ ପରେ ବିଜେପିରେ ସାମିଲ ହେବା ଘଟଣା ଏହି ନିର୍ବାଚନମଣ୍ଡଳୀର ସବୁ ଗଣିତକୁ ଓଲଟପାଲଟ କରିଦେଇଛି। ବିଜେଡିର ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଶ୍ରୀ ଅମାତଙ୍କୁ ଏଥର ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ କଡ଼ା ଟକ୍କର ଦେବା ଜଳ ଜଳ ଦିଶୁଛି।

publive-image image courtesy - en.wikipedia.org

୨୦୧୪ ନିର୍ବାଚନରେ ଶ୍ରୀ ଅମାତ ୫୪,୬୧୮ ଖଣ୍ଡ ଭୋଟ ପାଇଥିବା ବେଳେ ବିରୋଧୀ କଂଗ୍ରେସ ପ୍ରାର୍ଥୀ ଥିବା ସୁଶାନ୍ତଙ୍କୁ ୪୩, ୪୭୦ ଖଣ୍ଡ ଭୋଟ ମିଳିଥିଲା। ସେ ସମୟରେ ବିଜେପି ପ୍ରାର୍ଥୀ ସୂର‌୍ୟ୍ୟ ନାରାୟଣ ମହାପାତ୍ରଙ୍କୁ ୮୫୯୭ ଭୋଟ ମିଳିଥିଲା। ବର୍ତ୍ତମାନ ଶ୍ରୀ ପ୍ରଧାନଙ୍କ ହାତରେ ବିଜେପି ଓ ନିଜର ପକେଟ ଭୋଟ ତାଙ୍କ ମଜବୁତ ସ୍ଥିତିକୁ ଚିତ୍ରଣ କରୁଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେପି ଶିବିରରେ ବିଦ୍ରୋହର ସ୍ବର ଉଠିଛି। କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ସୂର‌୍ୟ୍ୟ ନାରାୟଣ ମହାପାତ୍ର ଦଳ ବିରୋଧରେ ଯାଇ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe