୬ କଂଗ୍ରେସ ନେତାଙ୍କୁ ବହିଷ୍କାର ପାଇଁ ସୁପାରିସ୍: ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତାଙ୍କ ବହିଷ୍କାର ଦାବି କଲା ରାୟଗଡ଼ା ଜିଲ୍ଲା କଂଗ୍ରେସ

୬ କଂଗ୍ରେସ ନେତାଙ୍କୁ ବହିଷ୍କାର ପାଇଁ ସୁପାରିସ୍: ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତାଙ୍କ ବହିଷ୍କାର ଦାବି କଲା ରାୟଗଡ଼ା ଜିଲ୍ଲା କଂଗ୍ରେସ

କନକ ବ୍ୟୁରୋ: ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ଜଣଙ୍କୁ ଦଳରୁ ବହିଷ୍କାର ପାଇଁ ପିସିସିକୁ ସୁପାରିସ୍ କରିଛି ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି। ସୁପାରିଶ ତାଲିକାରେ ବରିଷ୍ଠ କଂଗ୍ରେସ ନେତା ମକରନ୍ଦ ମୁଦୁଲୀ, ଜିଲ୍ଲା ପରିଷଦ ସଭ୍ୟା ଅମ୍ବିକା ମାଝୀ, ଲକ୍ଷ୍ମୀ ଶବର, ଗଜେନ୍ଦ୍ର ନାୟକ, ଯୋସେଫ୍ ଭତ୍ରା, ସାନ୍ଧୁ ମାଝୀଙ୍କ ନାଁ ରହିଛି। ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଚ୍ୟାଲେଂଜ୍ କରିଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରାଯାଇଥିବା ଜଣାପଡ଼ିଛି।

publive-image image courtesy - en.wikipedia.org

ବରିଷ୍ଠ କଂଗ୍ରେସ ନେତା ତଥା କାଶୀପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ମକରନ୍ଦ ମୁଦୁଲୀ ଚଳିତ ନିର୍ବାଚନରେ ଦଳୀୟ ଟିକେଟ୍ ପାଇବାରୁ ବଂଚିତ ହେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଜାତିଗତ ପ୍ରମାଣପତ୍ର ଘଟଣାରେ ପିସିସି ଟିକେଟ୍ ଦେଇନଥିବାରୁ କଂଗ୍ରେସ କମିଟି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ମୁଦୁଲୀ ନିର୍ବାଚନକୁ ଓହ୍ଲାଇଛନ୍ତି। ସେହିପରି କାଶୀପୁର ବି ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଅମ୍ବିକା ମାଝୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଯାଇ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ଯାଞ୍ଚ ସମୟରେ କମ୍ ବୟସ କାରଣରୁ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଥିଲା। ସେହିପରି ଗୁଣପୁର ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ଶବର ଦଳୀୟ ପ୍ରାର୍ଥୀକୁ ବିରୋଧ କରି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

publive-image

ଯେଉଁ କାରଣରୁ ମକରନ୍ଦ ମୁଦୁଲୀ, ଅମ୍ବିକା ମାଝୀ, ଲକ୍ଷ୍ମୀ ଶବର ଓ ସମର୍ଥକ ଗଜେନ୍ଦ୍ର ନାୟକ, ଯୋସେଫ୍ ଭତ୍ରା ଓ ସାନ୍ଧୁ ମାଝୀଙ୍କୁ ଦଳରୁ ବହିଷ୍କାର ପାଇଁ ଜିଲ୍ଲା କଂଗ୍ରେସ କମିଟି ସୁପାରିସ୍ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe