ଅଧିକାଂଶ ଆସନରେ କିଏ ହେବ ବିଜୟୀ ତାହା ଏବେବି ଅସ୍ପଷ୍ଟ: ଏକଜିଟ୍ ପୋଲ୍ ସର୍ଭେରୁ ମଧ୍ୟ କରି ହେଉନି ପୂର୍ବାନୁମାନ

428

କନକ ବ୍ୟୁରୋ: ଗତ ଦୁଇଟି ନିର୍ବାଚନରେ ଓଡ଼ିଶାରେ ବିଜେଡି ସପକ୍ଷରେ ପ୍ରାୟ ଏକତରଫା ମତଦାନ ହୋଇ ଆସିଛି। ମାତ୍ର ଏକଜିଟ୍ ପୋଲ୍ ଫଳାଫଳକୁ ବିଶ୍ବାସ କଲେ ଏକ ଦଶନ୍ଧି ପରେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଶେଷ କରି ଅଧିକାଂଶ ଆସନରେ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିବାବେଳେ ଅଳ୍ପ କେତୋଟି ଆସନରେ କଂଗ୍ରେସ ପ୍ରତିଦ୍ବନ୍ଦ୍ବିତାକୁ ଆସୁଛି। ଲୋକସଭାର ଅଧିକାଂଶ ଆସନରେ ଏହି ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେଉଥିବାବେଳେ ବିଧାନସଭାରେ ମଧ୍ୟ ଏକ ତୃତୀୟାଂଶ ଆସନରେ ଜୋରଦାର ଲଢ଼େଇ ହେଉଛି। ସେଥିମଧ୍ୟରୁ ୬ ଲୋକସଭା ଆସନ ଓ ପ୍ରାୟ ୨୩ଟି ବିଧାନସଭା ଆସନରେ କିଏ ବିଜୟୀ ହେବେ ତାହା ଏକଜିଟ୍ ପୋଲ୍ ସର୍ଭେରୁ ମଧ୍ୟ ପୂର୍ବାନୁମାନ କରି ହେଉ ନାହିଁ। ଫଳାଫଳ ଅସ୍ପଷ୍ଟ ଥିବା ଏଭଳି ଆସନଗୁଡ଼ିକରେ କେଉଁମାନଙ୍କ ମଧ୍ୟରେ ହେଉଛି କଡ଼ା ଟକ୍କର ଆସନ୍ତୁ ଜାଣିବା।

ଲୋକସଭା ଆସନ, ପ୍ରାର୍ଥୀଙ୍କ ନାମ

ଭଦ୍ରକ : ଅଭିମନ୍ୟୁ ସେଠୀ(ବିଜେପି) ବନାମ ମଞ୍ଜୁଲତା ମଣ୍ଡଳ(ବିଜେଡି)

କଳାହାଣ୍ଡି : ବସନ୍ତ ପଣ୍ଡା (ବିଜେପି) ବନାମ ପୁଷ୍ପେନ୍ଦ୍ର ସିଂଦେଓ (ବିଜେଡି)

କୋରାପୁଟ : ୟରାମ ପାଙ୍ଗୀ(ବିଜେପି) ବନାମ କୌଶଲ୍ୟା ହିକ୍କା(ବିଜେଡି)

ଯାଜପୁର : ଅମିୟ ମଲ୍ଲିକ(ବିଜେପି) ବନାମ ଶର୍ମିଷ୍ଠା ସେଠୀ (ବିଜେଡି)

କଟକ : ଭର୍ତ୍ତୃହରି ମହତାବ (ବିଜେଡି) ବନାମ ପ୍ରକାଶ ମିଶ୍ର (ବିଜେପି)

ପୁରୀ : ସମ୍ବିତ ପାତ୍ର (ବିଜେପି) ବନାମ ପିନାକୀ ମିଶ୍ର (ବିଜେଡି)

ବିଧାନସଭା ଆସନ, ପ୍ରାର୍ଥୀଙ୍କ ନାମ

ପଦମପୁର : ପ୍ରଦୀପ ପୁରୋହିତ (ବିଜେପି) ବନାମ ବିଜୟରଂଜନ ସିଂ ବରିହା(ବିଜେଡି)

ବ୍ରଜରାଜ ନଗର : ରାଧାରାଣୀ ପଣ୍ଡା (ବିଜେପି) ବନାମ କିଶୋର ମହାନ୍ତି (ବିଜେଡି)

କୁଚିଣ୍ଡା : କିଶୋର ନାଏକ (ବିଜେଡି) ବନାମ ରବି ନାଏକ (ବିଜେପି)

ରେଙ୍ଗାଲି : ରୀନା ତନ୍ତି (ବିଜେଡି) ବନାମ ନାଉରି ନାୟକ (ବିଜେପି)

ବୀରମହାରାଜପୁର : ପଦ୍ମନାଭ ବେହେରା(ବିଜେଡି) ବନାମ ରଘୁନାଥ ଜଗଦଲା(ବିଜେପି)

ଟିଟଲାଗଡ଼ : ଟୁକୁନି ସାହୁ(ବିଜେଡି) ବନାମ ଅଶୋକ ଦୋରା (ବିଜେପି)

ଲାଞ୍ଜିଗଡ଼ : ରମେଶ ମାଝୀ(ବିଜେପି) ବନାମ ପ୍ରଦୀପ ଦିଶାରୀ(ବିଜେଡି)

ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର(ବିଜେଡି) ବନାମ ଅନିଲ ସିଂ ଦେଓ (କଂଗ୍ରେସ)

ଭବାନୀପାଟଣା : ଦୁଷ୍ମନ୍ତ ନାୟକ(ବିଜେଡି) ବନାମ ପ୍ରଦୀପ୍ତ ନାୟକ (ବିଜେପି)

ସାନଖେମୁଣ୍ଡି : ରମେଶ ଚନ୍ଦ୍ର ଜେନା(କଂଗ୍ରେସ) ବନାମ ନନ୍ଦିନୀ ଦେବୀ (ବିଜେଡି)

ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା(ବିଜେଡି) ବନାମ ପ୍ରଶାନ୍ତ କର (ବିଜେପି)

ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ(ବିଜେଡି) ବନାମ ବିଭୂତି ଭୂଷଣ ଜେନା(ବିଜେପି)

ପାରଳାଖେମୁଣ୍ଡି : କେ.ନାରାୟଣ ରାଓ(ବିଜେପି) ବନାମ କଲ୍ୟାଣୀ ଗଜପତି(ବିଜେଡି)

ଜୟପୁର : ରବି ନନ୍ଦ(ବିଜେଡି) ବନାମ ଗୌତମ ସାମନ୍ତରାୟ(ବିଜେପି) ବନାମ ତାରା ବାହିନୀପତି (କଂଗ୍ରେସ)

ବାଲିଗୁଡ଼ା : ଚକ୍ରମଣି କହଁର(ବିଜେଡି) ବନାମ ସିମନ ମଲ୍ଲିକ(କଂଗ୍ରେସ)

କଣ୍ଟାମାଳ : ମହିଧର ରଣା(ବିଜେଡି) ବନାମ କହ୍ନାଇ ଚରଣ ଡଙ୍ଗ(ବିଜେପି)

ବାଙ୍କୀ : ଦେବାଶିଷ ପଟ୍ଟନାୟକ(କଂଗ୍ରେସ) ବନାମ ଦେବୀ ରଞ୍ଜନ ତ୍ରିପାଠୀ (ବିଜେଡି)

ନିମାପଡ଼ା : ସମୀର ରଂଜନ ଦାସ(ବିଜେଡି) ବନାମ ପ୍ରଭାତୀ ପରିଡ଼ା (ବିଜେପି)

ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡି) ବନାମ ପ୍ରଦୀପ ସାହୁ(କଂଗ୍ରେସ)

ଖୋର୍ଦ୍ଧା : ଜ୍ୟୋତିନ୍ଦ୍ରନାଥ ମିତ୍ର(ବିଜେଡି) ବନାମ କାଳୁଚରଣ ଖଣ୍ଡାୟତରାୟ(ବିଜେପି)

ଚମ୍ପୁଆ : ମୀନାକ୍ଷି ମହାନ୍ତ(ବିଜେଡି) ବନାମ ମୁରଲୀ ମନୋହର ଶର୍ମା(ବିଜେପି)

ଧାମନଗର : ବିଷ୍ଣୁ ଚରଣ ସେଠୀ(ବିଜେପି) ବନାମ ରାଜେନ୍ଦ୍ର କୁମାର ଦାସ(ବିଜେଡି)

ଅନୁଗୁଳ : ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି) ବନାମ ରଜନୀକାନ୍ତ ସିଂ(ବିଜେଡି)