କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନକ୍ସଲମାନେ ଏକ ବଡ଼ଧରଣର ହମ୍ଲା କରି ମଙ୍ଗଳବାର ଛତିଶଗଡ଼ର ଜଣେ ବିଧାୟକଙ୍କ ଗାଡ଼ିକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ। ଏଥିରେ ବିଧାୟକଙ୍କ ସହିତ ଗାଡ଼ିରେ ଥିବା ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ବିଧାୟକ ବୁଲେଟ ପ୍ରୁଫ୍ଗାଡ଼ିରେ ଥିଲେ, କିନ୍ତୁ ବିସ୍ଫୋରଣ ଏତେ ଜୋର୍ରେ ଥିଲା ଗାଡିଟି ଧ୍ୱଂସ ହୋଇ ଯାଇଥିଲା।
ଦାନ୍ତେଓ୍ଵାଡା କ୍ଷେତ୍ର ବସ୍ତର ଲୋକସଭା କ୍ଷେତ୍ରରେ ଆସୁଛି, ଏଠାରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ହେବ। ତେଣୁ ବିଜେପିର ଲୋକସଭା ପ୍ରାର୍ଥୀ ବେଦୁରାମ କଶ୍ୟପଙ୍କ ନିମନ୍ତେ ଦାନ୍ତେଓ୍ଵାଡା ବିଧାୟକ ଭୀମା ମାଣ୍ଡାବି ପ୍ରଚାର କରୁଥିଲେ। ଦାନ୍ତେଓ୍ଵାଡା ନକ୍ସଲ ପ୍ରଭାବିତ କ୍ଷେତ୍ର ହୋଇଥିବା ହେତୁ ନିର୍ବାଚନ ପ୍ରଚାର ଦ୍ୱିପହର ୩ଟାରେ ଶେଷ କରାଯାଇଥିଲା। ସ୍ପେଶାଲ ଡିଜି(ଆଣ୍ଟି ନକ୍ସଲ ଅପରେସନ୍) ଡିଏମ୍ ଅବସ୍ଥିଙ୍କ କହିବାନୁସାରେ, ଭାଜପା ବିଧାୟକଙ୍କୁ ପ୍ରଥମରୁ ହିଁ ସୂଚନା ଦିଆଯାଇଥିଲା କି କୁଆକୋଣ୍ଡା ପାଖ ଦେଇ ଯିବାକୁ ଥିବା ରାସ୍ତରେ ସୁରକ୍ଷା ମହଜୁଦ ନାହିଁ। ତେଣୁ ସେ ସେଠାକୁ ନଗଲେ ଭଲ। ଏହି ବିସ୍ଫୋରଣରେ ଭୀମା ମାଣ୍ଡାବିଙ୍କ ଚାଳକଙ୍କର ବି ମୃତ୍ୟୁ ହୋଇଯାଇଛି।
ଭୀମା ପ୍ରଚାରକାର୍ଯ୍ୟ ସାରି ଫେରୁଥିବାବେଳେ ରାସ୍ତାରେ ନକୁଲନାର ଏବଂ ବଚେଲି ମଧ୍ୟରେ ପୂର୍ବରୁ ଆମ୍ବୁସ ଲଗାଇ ବସିଥିବା ମାଓବାଦୀ ଅତର୍କିତ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ବିଧାୟକଙ୍କ ଗାଡ଼ି ପ୍ରାୟ ଶହେ ଫୁଟ ଉପରକୁ ଉଡ଼ି ତଳେପଡ଼ିଥିଲା। ଏଥିରେ ବିଧାୟକ ଏବଂ ତାଙ୍କ ଗାଡ଼ିରେ ବସିଥିବା ୫ଜଣ ଯବାନ ପ୍ରାଣ ହରାଇଛନ୍ତି ବୋଲି ଡିଆଇଜି ପି.ସୁନ୍ଦରରାଜ ସ୍ପଷ୍ଟ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Chatisgad.jpg)
/kanak/media/post_attachments/wp-content/uploads/2019/04/367439-bhima-mandavi-750x430-300x172.jpg)
/kanak/media/post_attachments/wp-content/uploads/2019/04/576b8fc6-5ac4-11e9-91fa-453968a51998-1-300x169.jpg)