କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା । କ୍ରମାଗତ ଦି୍ୱତୀୟ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଓଡିଶା ଗସ୍ତରେ ରହି ପ୍ରଚାର କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି । ତେବେ ଠାକୁରଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୟୂରଭଂଜର ବିଭିନ୍ନ ସ୍ଥାନରେ ଜନସଭା କରିବେ । ଏହା ପରେ ରାଇରଂଗପୁରରେ କରିବେ ରୋଡ୍ ସୋ’ । ମୟୂରଭଂଜ ଗସ୍ତ ଶେଷ କରିବା ପରେ ତିର୍ତୋଲରେ ବି ନବୀନ କରିବେ ପ୍ରଚାର ।
ସୂଚନା ଅନୁସାରେ, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜରେ ମାରାଥନ କ୍ୟାମ୍ପେନ କରିବେ ନବୀନ । ଆଜି ସକାଳେ ପୂର୍ବାହ୍ଣରେ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ନବୀନ । ଏହା ପରେ ସେ ଉଦଳା ବିଧାନସଭା ଆସନର କପ୍ତିପଦା ସାଧାରଣ ସଭାରେ ଯୋଗଦେବେ ନବୀନ । ପରେ ମୋରଡ଼ା, ବାଙ୍ଗିରିପୋଷୀ, ସାରସକଣା ଓ ରାଇରଙ୍ଗପୁରର କଚେରୀ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ ।
ରାଇରଙ୍ଗପୁରରେ ସଭା ପରେ ରୋଡ ସୋ’ର କାର୍ଯ୍ୟକ୍ରମ ରହିଛି । ଏହା ପରେ ଯଶୀପୁର ଠାରେ ହେବାକୁ ଥିବା ସଭାରେ ଯୋଗ ଦେବେ । ଅପରାହ୍ନ ୪ଟା ୨୫ରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନ ୫ଟାରେ ନବୀନ ନିବାସ ଫେରିବେ ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/NAVEEN-18.jpg)
/kanak/media/post_attachments/wp-content/uploads/2019/04/CM1-1-300x225.jpg)
/kanak/media/post_attachments/wp-content/uploads/2019/04/CM-1-300x158.png)