କେନ୍ଦ୍ରାପଡ଼ାରେ ଅନୁଭବ ବନାମ ବୈଜୟନ୍ତ ନୁହେଁ ବରଂ ଅନୁଭବ ବନାମ ବାବୁସାନ୍: ଅନୁଭବଙ୍କ ଷ୍ଟାରଡମକୁ ଟକ୍କର ଦେବାଲାଗି ବାବୁସାନଙ୍କୁ ପ୍ରଚାର ମଇଦାନକୁ ଆଣିଲେ ବୈଜୟନ୍ତ

Advertisment
କେନ୍ଦ୍ରାପଡ଼ାରେ ଅନୁଭବ ବନାମ ବୈଜୟନ୍ତ ନୁହେଁ ବରଂ ଅନୁଭବ ବନାମ ବାବୁସାନ୍: ଅନୁଭବଙ୍କ ଷ୍ଟାରଡମକୁ ଟକ୍କର ଦେବାଲାଗି ବାବୁସାନଙ୍କୁ ପ୍ରଚାର ମଇଦାନକୁ ଆଣିଲେ ବୈଜୟନ୍ତ

କନକ ବ୍ୟୁରୋ: ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ଛତାହାଟ ଗାଁରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସଭା ମଞ୍ଚରେ ଓଲିଉଡର ସୁପରଷ୍ଟାର୍ ବାବୁସାନଙ୍କୁ ଦେଖିବାକୁ ମିଳିଛି। ଏହି ସଭାରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ଉପସ୍ଥିତ ଥିଲେ।ତେବେ ବାବୁସାନ୍ ତ ବିଜେପିରେ ନାହାନ୍ତି ,ତେବେ ଏହି ସଭାରେ ସେ କାହିଁକି ଯୋଗ ଦେଇଥିଲେ। ହଁ, ବାବୁସାନଙ୍କ ମାଆ ତଥା ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ଆସନରୁ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ କ୍ରମେ ସେହି ସଭାକୁ ଆସିଥିଲେ ବାବୁସାନ୍। ଏକଥା ସେ ନିଜେ ସଭା ମଞ୍ଚରେ ଘୋଷଣା କରିଛନ୍ତି।

publive-image

ବାବୁସାନ କହିଛନ୍ତି ଯେ, କେନ୍ଦ୍ରାପଡ଼ାର ଉନ୍ନତିଲାଗି ବୈଜୟନ୍ତ ପଣ୍ଡା ଗତ ୧୦ ବର୍ଷ ହେବ ନିରନ୍ତର ପ୍ରଚେଷ୍ଟା କରି ଚାଲିଛନ୍ତି। କେନ୍ଦ୍ରରେ ମୋଦୀ ସରକାର ଏବଂ ରାଜ୍ୟରେ ବିଜେପି ସରକାର ଆସିବା ଦରକାର ବୋଲି କହିଛନ୍ତି। ବାବୁସାନ୍ ଏହି ମଞ୍ଚରେ ବୈଜୟନ୍ତ ପଣ୍ଡାଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ କାରଣ ତାଙ୍କ ସଂସ୍ଥା ପକ୍ଷରୁ ପ୍ରଯୋଜିତ ସୁପରହିଟ୍ ସିନେମାରେ କାମ କରି ଲୋକପ୍ରୟତା ହାସଲ କରିଛନ୍ତି। ଏହି ସଭାପରେ ଯାହା ଜଣାପଡ଼ୁଛି ଏଥର କେନ୍ଦ୍ରାପଡ଼ାରେ ଅନୁଭବ ବନାମ ବୈଜୟନ୍ତ ନୁହେଁ ବରଂ ବାବୁସାନ୍ ବନାମ ଅନୁଭବ ସ୍ଥିତି ହୋଇଛି। ଅନୁଭବଙ୍କ ଷ୍ଟାରଡମକୁ ଟକ୍କର ଦେବାଲାଗି ବାବୁସାନଙ୍କୁ କେନ୍ଦ୍ରାପଡ଼ାରେ ଘନଘନ ପ୍ରଚାରଲାଗି ଅଣାଯିବ ବୋଲି କୁହାଯାଉଛି।

publive-image

ଏଠାରେ ଆମେ କହି ରଖୁଛୁ କି, ବାବୁସାନ ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ଛଅଟି ସିନେମା ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ସିଷ୍ଟର ଶ୍ରୀଦେବୀ’, ‘ହିରୋ ନଂ ୱାନ୍’, ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ଏବଂ ‘ଶ୍ରୀମାନ୍ ସୁରଦାସ’ରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ଅପରପକ୍ଷରେ ଅନୁଭବ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ଚାରିଟି ସିନେମା ‘ଗପ ହେଲେ ବି ସତ’ , ‘ଜଗା ହାତରେ ପଘା’, ‘ଅଭୟ’ ଓ ‘ପ୍ରେମ କୁମାର:ସେଲ୍ସମ୍ୟାନ୍ ଅଫ୍ ଦ ଇୟର’ରେ ନାୟକ ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe