ବଡସାହି କନଫ୍ୟୁଜନରେ ପଡିଲା ପୂର୍ଣ୍ଣଚ୍ଛେଦ: ଦେବଜାନୀ ବେହେରାଙ୍କୁ ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଲା କଂଗ୍ରେସ

ବଡସାହି କନଫ୍ୟୁଜନରେ ପଡିଲା ପୂର୍ଣ୍ଣଚ୍ଛେଦ: ଦେବଜାନୀ ବେହେରାଙ୍କୁ ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଲା କଂଗ୍ରେସ

କନକ ବ୍ୟୁରୋ: ଦୀର୍ଘ ପ୍ରତୀକ୍ଷା ପରେ ବଡ଼ସାହି କଂଗ୍ରେସରେ ନାନା କଳ୍ପନାଜଳ୍ପନାର ଅବସାନ ଘଟିଛି। ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ବହୁ ଟଣାଉଟରା ପରେ ପିସିସି ସଭାପତିଙ୍କ ତରଫରୁ ଦେବଜାନୀ ବେହେରାଙ୍କ ନାମ ଘୋଷିତ ହୋଇଛି। ସବୁ ରାଜନୈତିକ ଦଳ ନିର୍ବାଚନରେ ପ୍ରାର୍ଥୀ ପ୍ରଦାନ ପୂର୍ବରୁ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବାବଦରେ କଥା ଉଠାଇ ଥିଲେ। ହେଲେ କୌଣସି ଦଳ ବଡସାହି ପାଇଁ ମହିଳା ପ୍ରାର୍ଥିନୀ ଦେଇ ନଥିବାର ଜଣାପଡିଛି।

publive-image

କଂଗ୍ରେସ ଦଳ ସଠିଲୋର ଶୁଭେନ୍ଦୁ ଦାସଙ୍କ ପତ୍ନୀ ଦେବଯାନୀ ବେହେରାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଦେବଯାନୀ ଜଣେ ଉଚ୍ଚ ଶିକ୍ଷିତ ମହିଳା ଓ ଗତ କିଛି ମାସ ହେବ ସେ କଂଗ୍ରେସ ସଂଗଠନରେ ସକ୍ରିୟ ଭାବେ ବେତନଟୀ ଓ ବଡସାହି ବ୍ଲକରେ ବୁଲି କଂଗ୍ରେସକୁ ମଜବୁତ କରିବା ପାଇଁ ପ୍ରଚେଷ୍ଟା କରି ଆସୁ ଥିଲେ। ଏହ ବ୍ୟତୀତ ସେ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦିକା ପଦବୀରେ ଥିଲେ। ଦେବଯାନୀଙ୍କୁ କଂଗ୍ରେସ କମିଟି ବଡସାହି ପାଇଁ ପ୍ରାଥିର୍ନୀ କରିବା ପରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ କୁମାର ଦାସ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସ ଦଳ ସବୁବେଳେ ମହିଳା ମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛି।

publive-image

ଅଲଗା ନିର୍ବାଚନ ମଣ୍ତଳୀ ଅପେକ୍ଷା ବଡସାହି ନିର୍ବାଚନ ମଣ୍ତଳୀଟି ବାଲେଶ୍ବର ଲୋକସଭା କ୍ଷେତ୍ର ଅଧୀନରେ ଥିବାରୁ ଏହାର ଗୁରୁତ୍ବ ସ୍ବତନ୍ତ୍ର। ତେଣୁ ଏଥିରେ ମହିଳା ପ୍ରାଥିର୍ନୀ ଭାବେ ଦେବଯାନୀ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ପୋଷଣ କରିଛନ୍ତି। ଦଳର ଏହି ନିଷ୍ପତ୍ତିକୁ ବଡସାହି ବିଧାନସଭା କ୍ଷେତ୍ରର କଂଗ୍ରେସ କର୍ମୀମାନେ ମଧ୍ୟ ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe