ପୁଣି ରାତି ଅଧରେ କଂଗ୍ରେସର ଟିକେଟ ଘୋଷଣା: ୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା, କଟକ ଲୋକସଭା ଆସନରୁ ଲଢିବେ ପଂଚାନନ କାନୁନଗୋ

Advertisment
୫୪ ବିଧାନସଭା ଅସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କାହାକୁ ମିଳିଲା ଟିକେଟ?

କନକ ବ୍ୟୁରୋ: ପୁଣି ବିଳମ୍ବିତ ରାତିରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୨ ଲୋକସଭା ଆସନ ଓ ୯ ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟି ସାଧାରଣ ସଂପାଦକ ମୁକୁଲ ୱାସନିକ୍‌ଙ୍କ ଦସ୍ତଖତରେ ଜାରି ପ୍ରେସ୍ ବିଜ୍ଞପ୍ତିରେ ଏହି ତାଲିକା ପ୍ରକାଶ ପାଇଛି। ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କୁ ଦଳ ବେଗୁନିଆ ଆସନରୁ ପ୍ରାର୍ଥୀ କରିଛି।

publive-image

ସେହିପରି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପିପିଲି, ଅରିନ୍ଦମ୍ ସର୍କେଲ (ବାପି)ଙ୍କୁ ପାରାଦୀପ, ବବି ମହାନ୍ତିଙ୍କୁ ବଡ଼ମ୍ବା, ଭବାନୀଶଙ୍କର ମହାପାତ୍ରଙ୍କୁ କାମାକ୍ଷାନଗର ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ହିନ୍ଦୋଳ ସଂରକ୍ଷିତ ଆସନ ପାଇଁ ଏଥର କଂଗ୍ରେସ ଟିକେଟ୍ରେ ତ୍ରିନାଥ ବେହେରା ଲଢ଼ିବେ। ଯାଜପୁର ଆସନରେ ସନ୍ତୋଷ କୁମାର ନନ୍ଦ, ଧର୍ମଶାଳାରୁ ସ୍ମୃତିରେଖା ପହି ଓ ବାଲେଶ୍ବରରୁ ମାନସ ଦାସ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ଯାଜପୁର ଲୋକସଭା ଆସନ ପାଇଁ ଏଥର ମାନସ ଜେନା ହାତ ଚିହ୍ନରେ ଲଢ଼ିବେ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ନିକଟରେ ଶ୍ରୀ କାନୁନ୍‌ଗୋ କଂଗ୍ରେସରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe