କନକ ବ୍ୟୁରୋ: ଆସିକା ଲୋକସଭା ଆସନରୁ ବିଜେଡି ଏଥର ନଳବଣ୍ଟା ଚେରମାରିଆ ଗ୍ରାମର ସ୍ବୟ˚ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିଛି। ହାଣ୍ତିଶାଳରୁ ପ୍ରମିଳାଙ୍କୁ ସ˚ସଦ ପଠାଇବା ଲାଗି ପ୍ରାର୍ଥୀ ଚୟନ କରି ମାଷ୍ଟରଷ୍ଟ୍ରୋକ ଖେଳିଛି ବିଜେଡି। ପ୍ରାର୍ଥିପତ୍ର ଦାଖଲ ବେଳେ ସେ ସତ୍ୟପାଠରେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ ଲକ୍ଷ ୭୮ ହଜାର ୭୭ ଟଙ୍କା ଦର୍ଶାଇଛନ୍ତି। ତାଙ୍କ ନାମରେ କୌଣସି ମାମଲା ନାହିଁ।

Advertisment

publive-image

ପାନ୍ କାର୍ଡ ନାହିଁ କି ସେ ଆୟକର ଦାଖଲ କରନ୍ତି ନାହିଁ। ତାଙ୍କ ହାତରେ ନଗଦ ୨୦ହଜାର ଟଙ୍କା ଥିବା ବେଳେ ସ୍ବାମୀଙ୍କ ପାଖରେ ୫ହଜାର ଟଙ୍କା ଅଛି। ଆସିକା ଏସବିଆଇର ଏକ ଆକାଉଣ୍ଟରେ ୧ହଜାର, ଏସବିଆଇରେ ଥିବା ଏକ ଯୁଗ୍ମ ଆକାଉଣ୍ଟରେ କିଛି ନାହିଁ, ଆନ୍ଧ୍ରବ୍ୟାଙ୍କର ଏକ ଆକାଉଣ୍ଟରେ ୭୦୭୭ଟଙ୍କା ରହିଛି। ସେହିପରି ଏସ୍ବିଆଇର ଏକ ଜଏଣ୍ଟ ଆକଉଣ୍ଟରେ ୫୯, ୩୯୩ ଟଙ୍କା ଏବ˚ ନଳବଣ୍ଟା ଋଷିକୁଲ୍ୟା ଗ୍ରାମ୍ୟ ବ୍ୟାଙ୍କ ଯୁଗ୍ମ ଆକାଉଣ୍ଟରେ ୧ଲକ୍ଷ ଟଙ୍କା ରହିଛି। ଏହାସହିତ ତାଙ୍କ ନିକଟରେ ୨୩ ଗ୍ରାମ ସୁନା ଅଳଙ୍କାର ରହିଛି, ଯାହାର ମୂଲ୍ୟ ୫୦ହଜାର ଟଙ୍କା। ସେହିପରି ତାଙ୍କ ନାମରେ ସ୍ଥାବର ସମ୍ପତ୍ତି କିଛି ନାହିଁ। କିନ୍ତୁ ତାଙ୍କ ସ୍ବାମୀଙ୍କ ନାମରେ ୩ଲକ୍ଷ ୬୦ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଓ ୦.୭୦୦ ଡେସିମିଲ ଜମି ରହିଛି, ଯାହା ସେ ୩୪ହଜାର ୨୯୫ ଟଙ୍କାରେ କିଣିଥିଲେ। ତାହାର ବଜାର ଦର ୧ଲକ୍ଷ ୧୦ହଜାର। ଚେରମାରିଆ ସ୍ଥିତ ଘର ସ୍ବାମୀଙ୍କ ନାମରେ ଥିବା ବେଳେ ଏହାର ମୂଲ୍ୟ ୨ଲକ୍ଷ ୫୦ହଜାର ବୋଲି ସେ ସମ୍ପିତ୍ତି ତାଲିକାରେ ଦର୍ଶାଇଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ପ୍ରମିଳା ବିଷୋୟୀ। ବୟସ ୬୮ବର୍ଷ। ଶିକ୍ଷାଗତ ଯୋଗ୍ୟତା ତୃତୀୟ ଶ୍ରେଣୀ। ନାମମାତ୍ର ଚାଷୀ, ସଂପତ୍ତି ଗୋଟିଏ ଏକର ବି ନୁହେଁ। ଦୁଇଜଣ ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି। ଝିଅ ରୁନୁ ଓ ସୁଲତାଙ୍କୁ ବିବାହ ଦେଇ ସାରିଛନ୍ତି। ବଡ଼ ପୁଅ ଦିଲ୍ଲୀପ ଗାଁରେ ଚା’ ଦୋକାନ କରନ୍ତି। ସାନ ପୁଅ ରଂଜନ ବାଇକ୍ ମରାମତି ଗ୍ୟାରେଜ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଏକ ଅଖ୍ୟାତ ଗାଁରେ ଥିବା ଏମିତି ଜଣେ ମହିଳା ତଥା ଚେରମାରିଆ ପ୍ରାଥମିକ ବିଦ୍ୟାଳୟର ହାଣ୍ଡିଶାଳ ପରିଚାଳକ ପ୍ରମିଳା ବିଷୋୟୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦକୁ ଆସ୍କା ଅଞ୍ଚଳର ପ୍ରତିନିଧି ଭାବେ ପଠାଇବା ଲାଗି ବିଜେଡି ପ୍ରାର୍ଥୀ କରିଛନ୍ତି। ଗତ ନିର୍ବାଚନରେ ଚା’ ବିକାଳି ପ୍ରଧାନମନ୍ତ୍ରୀ ହୋଇଛନ୍ତି ବୋଲି ସ୍ଲୋଗାନ ଦେଉଥିଲା ବିଜେପି। ହେଲେ ନବୀନ ଏଥର ଦି’ ପାଦ ଆଗକୁ ଯାଇ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି। ସାଧାରଣ ମହିଳାଟିଏ ସଂସଦକୁ ଯିବାର ଅଧିକାର ରଖେ ଏକଥା ଆଜିର ଖର୍ଚ ବହୁଳ, ପ୍ରଭାବଶାଳୀ ଓ ବାହୁବଳିଙ୍କ ନିୟନ୍ତ୍ରଣରେ ଥିବା ନିର୍ବାଚନ ପ୍ରକ୍ରିୟାରେ ସମ୍ଭବ ବୋଲି ବିଜେଡି ଜଣାଇ ଦେଇଛି। ଗଣତନ୍ତ୍ରର ଏଭଳି ମହନୀୟତାକୁ ନବୀନ ମର‌୍ୟ୍ୟାଦା ଦେଇଛନ୍ତି।