କନକ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଲଗାତାର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ହାତେଇଥିବା ବିକ୍ରମ କେଶରୀ ଆରୁଖ ନିଜ ସମ୍ପତ୍ତି ପରିଧିକୁ ବିସ୍ତାର କରିଛନ୍ତି। ଏହା ମଧ୍ୟରେ କୋଟିପତି କ୍ଲବରେ ବି ନିଜକୁ ସାମିଲ କରିଛନ୍ତି। ନିଜ ପାଖରେ ୧କୋଟି ୪୫ଲକ୍ଷ ୯ହଜାର ୩୩୪ ସ୍ଥାବର ସଂପତ୍ତି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ୨୦୧୭-୧୮ ମସିହାରେ ତାଙ୍କ ବାର୍ଷିକ ଆୟ ୩୩ଲକ୍ଷ ୪୦ହଜାର ୨୨୧ ରହିଥିବା ବେଳେ ପତ୍ନୀ ଜୟଲକ୍ଷ୍ମୀ ବାର୍ଷିକ ଆୟ ୯ଲକ୍ଷ ୮୪ହଜାର ୪୪ ଥିଲା। ୨୦୧୩-୧୪ ମସିହାରେ ବିକ୍ରମଙ୍କ ବାର୍ଷିକ ଆୟ ୨୦, ୩୩ ହଜାର ୫୮୦ ଟଙ୍କା ରହିଥିବା ବେଳେ ପତ୍ନୀଙ୍କ ୫, ୫୮,୬୪୦ ଆୟ ରହିଥିବା ଦର୍ଶାଯାଇଛି। ଫଳରେ ୫ ବର୍ଷ ମଧ୍ୟରେ ତାଙ୍କର ବାର୍ଷିକ ଆୟ ୧୩ ଲକ୍ଷ ଟଙ୍କା ବଢିଛି।
ସେହିପରି ନିଜ ପାଖରେ ବିକ୍ରମ ୨ ଲକ୍ଷ ୨୯ହଜାର ୩୩୧ ନଗଦ ରଖିଥିବା ବେଳେ ପତ୍ନୀ ପାଖରେ ୮୫ ହଜାର ଟଙ୍କା ଅଛି। ବିଭିନ୍ନ ବ୍ୟାଙ୍କରେ ବିକ୍ରମଙ୍କ ଫିକ୍ସ ଡିପୋଜିଟ ୧୪ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ରହିଥିବା ବେଳେ ପତ୍ନୀଙ୍କ ନାମରେ ୨ ଲକ୍ଷ ୮୦ ହଜାର ଟଙ୍କା ରହିଛି। ତାଙ୍କ ନାମରେ ଥିବା ୬ଟି ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୨୨ ଲକ୍ଷ ୪୮ ହଜାର ଟଙ୍କା ରହିଥିବା ବେଳେ ପତ୍ନୀଙ୍କ ନାମରେ ଭଞ୍ଜନଗର ୟୁଜିବି ବ୍ୟାଙ୍କ ଆକାଉଣ୍ଟରେ ୩୮ ଲକ୍ଷ ୫୯ ହଜାର ଟଙ୍କା ଜମା ରହିଛି। ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ ଓ ଜୀବନ ବୀମାରେ ସେ ବ୍ୟକ୍ତିଗତ ଭାବେ ୭ ଲକ୍ଷ ୩୫ ହଜାର ଟଙ୍କା ସେ ନିବେଶ କରିଛନ୍ତି। ଏଥିସହିତ ନିଜ ପାଖରେ ସ୍କର୍ପିଓ, ଇନୋଭା ଗାଡ଼ି ସହ ବଜାଜ୍ ଚେତକ୍ ସ୍କୁଟର ରଖିଛନ୍ତି । ଜମା ଓ ନଗତ ଅର୍ଥ ରାଶି ବ୍ୟତିତ ବିକ୍ରମଙ୍କ ପାଖରେ ବ୍ରେସେଲଟ, ଚେନ ଓ ମୁଦି ମୋଟ ୨୫୦ ଗ୍ରାମ୍ ସୁନା ରହିଥିବା ବେଳେ ବିବାହ ସମୟରେ ପରିବାରବର୍ଗ ଓ ସମ୍ପର୍କୀୟଙ୍କ ଠାରୁ ୧ କିଲୋ ୨୯୨ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଉପହାର ମିଳିଛି। ଏସବୁର ବର୍ତ୍ତମାନ ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ।
ସେହିଭଳି ବିକ୍ରମଙ୍କ ସ୍ଥାବର ସମ୍ପତ୍ତି ତାଲିକା ମଧ୍ୟ ବେଶ ଲମ୍ବା। ତାଙ୍କ ନାମରେ ଜିଲୁଣ୍ଡି, ଅଗଝୋଳ, ଭେଜିପୁଟ ଠାରେ ୩. ୮୧୯ ଏକର ଜମି ଥିବା ବେଳେ ବାଉଁଶଲୁଣ୍ଡି ମୌଜା ଠାରେ ୧୪ହଜାର ୧୫୭ ବର୍ଗଫୁଟର ଜମି ରହିଛି। ଏଥିସହ ଅଗଝୋଳ ଠାରେ ଦୁଇଟି, ଭଞ୍ଜନଗର ରେଡକ୍ରସ ରୋଡ ଠାରେ ଗୋଟିଏ ଘର ଥିବା ବେଳେ ୨୦୦୪ ମସିହାରେ ଏଲଆସି କଲୋନୀରେ ସେ ଘର କିଣିଛନ୍ତି। ସେହିପରି ଗାଡି କିଣିବା ପାଇଁ ଭୁବନେଶ୍ବର ସଚିବାଳୟ ଠାରେ ଥିବା ଏସବିଆଇ ବ୍ୟାଙ୍କରୁ ସେ ୧୦ ଲକ୍ଷ ଟଙ୍କା କାର ଲୋନ ନେଇଥିବା ବେଳେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଋଣ ନେଇଥିବା ନିଜ ସତ୍ୟପାଠରେ ବିକ୍ରମ ଦର୍ଶାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Sequence-1-01190610.jpg)
/kanak/media/post_attachments/wp-content/uploads/2019/03/BIKRAM-300x201.jpg)
/kanak/media/post_attachments/wp-content/uploads/2019/03/arukh-up-300x172.jpg)