ବଦଳୁଛି ଚିତ୍ରକୋଣ୍ଡାର ରାଜନୈତିକ ସମୀକରଣ: ମେଳି ହେଲେଣି ୩ ଦଳର ଅସନ୍ତୁଷ୍ଟ କର୍ମୀ, ହାତ ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବାଲରାଜୁ କୋପେ

Advertisment
ବଦଳୁଛି ଚିତ୍ରକୋଣ୍ଡାର ରାଜନୈତିକ ସମୀକରଣ: ମେଳି ହେଲେଣି ୩ ଦଳର ଅସନ୍ତୁଷ୍ଟ କର୍ମୀ, ହାତ ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବାଲରାଜୁ କୋପେ

କନକ ବ୍ୟୁରୋ: ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ବଦଳୁଛି ରାଜନୈତିକ ସମୀକରଣ। ୩ଟି ଯାକ ଦଳରୁ ବିଦ୍ରୋହୀ ଉଭା ହେବା ସହ ଦଳ ବିରୋଧରେ ଆରମ୍ଭ କରିଛନ୍ତି ମେଳି। ଏମିତି ସ୍ଥିତିରେ କଂଗ୍ରେସ ଟିକଟ ପାଇବାକୁ ଆଶାୟୀ ଥିବା ବାଲରାଜୁ କୋପେ ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସେ ଅନ୍ୟ ଦଳର ବିଦ୍ରୋହୀଙ୍କୁ ନେଇ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

publive-image image courtesy - en.wikipedia.org

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରେ ୫ରୁ ଅଧିକ ଆଶାୟୀ ଥିଲେ। ମାଥିଲି ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କୋପେଙ୍କ ନାଁ ବି ଆଶାୟୀ ତାଲିକାରେ ରହିଥିଲା। ତେବେ ଟିକଟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡ଼ିଛନ୍ତି ବାଲରାଜୁ। ଏହାପରେ କଂଗ୍ରେସର ଗୋଟିଏ ଗୋଷ୍ଠୀ ତାଙ୍କୁ ତାଙ୍କୁ ଖୋଲାଖୋଲି ସମର୍ଥନ କରୁଛି। ଅନ୍ୟ ଗୋଟିଏ ଗୋଷ୍ଠୀ ପରଦା ପଛରେ ରହି ସମସ୍ତ ପ୍ରକାର ସମର୍ଥନ କରୁଥିବା ଜଣାପଡ଼ିଛି। ଅନ୍ୟ ଦୁଇଟି ପ୍ରମୁଖ ଦଳର ବିଦ୍ରୋହୀ ବି ପରୋକ୍ଷରେ ତାଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଯାହାଫଳରେ ଚଳିତ ନିର୍ବାଚନ ସଂଘର୍ଷପୂର୍ଣ୍ଣ ଏବଂ ରୋଚକ ହେବ ବୋଲି କୁହାଯାଉଛି।

publive-image

ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ କିଏ ହେବ ସ୍ଥିର ହୋଇପାରିଲା ନାହିଁ। ମାନସ ମାଡକାମୀ ଏବଂ ମୁକୁନ୍ଦ ସୋଡିଙ୍କ ମଧ୍ୟରେ ଟିକଟ ପାଇଁ ଚାଲିଥିଲା କଡା ଟକ୍କର। ତେବେ ଗତକାଲି ଦଳ ମୁକୁନ୍ଦଙ୍କୁ ଭରସା କରି ଟିକଟ ଦେଇଛି। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ଡମ୍ବରୁ ଶିଶାଙ୍କ ଭୂମିକାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe