କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଜୋର ଧରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପାଖାପାଖି ୯୮ ପ୍ରତିଶତ ପ୍ରସ୍ତୁତି ସରିଛି। ଭୋଟର ତାଲିକା ସଂଶୋଧନ ଓ ଇଲେକ୍ଟୋରାଲ ରୋଲ ତଥ୍ୟ ଦେଖିଲେ ଜଣାପଡୁଛି, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଭୋଟର ପଞ୍ଜିକୃତ ହୋଇଛନ୍ତି। ସେହିପରି ବୁଥ୍ ସଂଖ୍ୟା ମଧ୍ୟ ଗଞ୍ଜାମରେ ସର୍ବାଧିକ। ରାଜ୍ୟରେ ମୋଟ ୨ ହଜାର ୯୩୨ ଜଣ ତୃତୀୟ ଲିଙ୍ଗ ଭୋଟର ଏଥରକ ଭୋଟ ପ୍ରଦାନ କରିବାକୁ ପଞ୍ଜିକୃତ ହୋଇଛନ୍ତି। ଏହି ବର୍ଗର ସର୍ବାଧିକ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ପଞ୍ଜିକୃତ ହୋଇଛନ୍ତି। ଅନ୍ୟପକ୍ଷରେ କମିସନଙ୍କ ଧାର୍ଯ୍ୟ କରିଥିବା ଖର୍ଚ୍ଚ ସୀମା ଅନୁଯାୟୀ ଜଣେ ବିଧାନସଭା ପ୍ରାର୍ଥୀ ୨୮ ଲକ୍ଷ ଟଙ୍କା ଓ ଲୋକସଭା ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।
ରାଜ୍ୟ
ମୋଟ ଭୋଟର ୩ କୋଟି ୧୮ ଲକ୍ଷ ୭୮୭
ପୁରୁଷ ଭୋଟର ୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦
ମହିଳା ଭୋଟର ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫
ତୃତୀୟ ଲିଙ୍ଗ ଭୋଟର ୨ ହଜାର ୯୩୨
ସର୍ବାଧିକ ବୁଥ୍ ଥିବା ଜିଲ୍ଲା
ଗଞ୍ଜାମ
ମୋଟ ବୁଥ୍ ସଂଖ୍ୟା ୩ ହଜାର ୬୩
ଗ୍ରାମାଞ୍ଚଳ ବୁଥ ସଂଖ୍ୟା ୨ ହଜାର ୬୫୩
ସହରାଞ୍ଚଳ ବୁଥ୍ ସଂଖ୍ୟା ୪୧୦
ମୟୁରଭଞ୍ଜ
ମୋଟ ବୁଥ୍ ସଂଖ୍ୟା ୨ ହଜାର ୩୬୪
ଗ୍ରାମାଞ୍ଚଳ ବୁଥ ସଂଖ୍ୟା ୨ ହଜାର ୨୪୬
ସହରାଞ୍ଚଳ ବୁଥ୍ ସଂଖ୍ୟା ୧୧୮
କଟକ
ମୋଟ ବୁଥ୍ ସଂଖ୍ୟା ୨ ହଜାର ୨୪୬
ଗ୍ରାମାଞ୍ଚଳ ବୁଥ ସଂଖ୍ୟା ୧ ହଜାର ୭୯୪
ସହରାଞ୍ଚଳ ବୁଥ୍ ସଂଖ୍ୟା ୪୫୨
ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା
ଲୋକସଭା ପାଇଁ ଖର୍ଚ୍ଚ ସୀମା ୭୦ ଲକ୍ଷ
ବିଧାନସଭା ପାଇଁ ଖର୍ଚ୍ଚ ସୀମା ୨୮ ଲକ୍ଷ
ସର୍ବାଧିକ ଭୋଟର ଥିବା ଜିଲ୍ଲା
ଗଞ୍ଜାମ
ମୋଟ ଭୋଟର ୨୮ ଲକ୍ଷ ୧ ହଜାର ୮୦୯
ପୁରୁଷ ଭୋଟର ୧୪ ଲକ୍ଷ ୬୬ ହଜାର ୧୦୦
ମହିଳା ଭୋଟର ୧୩ ଲକ୍ଷ ୩୫ ହଜାର ୫୧୦
ତୃତୀୟ ଲିଙ୍ଗ/ ଅନ୍ୟାନ୍ୟ ୧୯୯
କଟକ
ମୋଟ ଭୋଟର ୨୦ ଲକ୍ଷ ୨୯ ହଜାର ୮୫୫
ପୁରୁଷ ଭୋଟର ୧୦ ଲକ୍ଷ ୬୧ ହଜାର ୮୬୨
ମହିଳା ଭୋଟର ୯ ଲକ୍ଷ ୬୭ ହଜାର ୭୪୦
ତୃତୀୟ ଲିଙ୍ଗ/ଅନ୍ୟାନ୍ୟ ୨୫୩
ଖୋର୍ଦ୍ଧା
ମୋଟ ଭୋଟର ୧୮ ଲକ୍ଷ ୭୦ ହଜାର ୪୨
ପୁରୁଷ ଭୋଟର ୧୦ ଲକ୍ଷ ୨ ହଜାର ୩୮୪
ମହିଳା ଭୋଟର ୮ ଲକ୍ଷ ୬୭ ହଜାର ୧୧୦
ତୃତୀୟ ଲିଙ୍ଗ/ଅନ୍ୟାନ୍ୟ ୫୪୮
ମୟୁରଭଞ୍ଜ
ମୋଟ ଭୋଟର ୧୮ ଲକ୍ଷ ୩୨ ହଜାର ୨୩
ପୁରୁଷ ଭୋଟର ୯ ଲକ୍ଷ ୧୫ ହଜାର ୩୧
ମହିଳା ଭୋଟର ୯ ଲକ୍ଷ ୧୬ ହଜାର ୯୩୮
ତୃତୀୟ ଲିଙ୍ଗ/ଅନ୍ୟାନ୍ୟ ୫୪
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/1-11.jpg)
/kanak/media/post_attachments/wp-content/uploads/2019/03/polling-1-300x169.jpeg)
/kanak/media/post_attachments/wp-content/uploads/2019/03/2A451F1D-3FC5-4438-A1DFB859DF8D3AEB_source-300x200.jpg)