ଚର୍ଚ୍ଚାରେ ସର୍ବୋଚ୍ଚ ନେତାଙ୍କ ପ୍ରଶ୍ନବାଣ। ନିର୍ବାଚନୀ ସଭାରେ କେନ୍ଦ୍ରୀୟ ନେତାଙ୍କୁ ଘେରିଲେ ନବୀନ। ମୋଦି ସରକାରଙ୍କ ଅବହେଳା ନେଇ ଟାର୍ଗେଟ ପରେ ଧର୍ମେନ୍ଦ୍ର କଲେ ପାଲଟା ପ୍ରଶ୍ନ

141

କନକ ବ୍ୟୁରୋ: ଗତ କିଛି ଦିନ ହେଲା ନିର୍ବାଚନୀ ସଭାରେ କେନ୍ଦ୍ରୀୟ ନେତାଙ୍କ ଉପରେ ଜୋରଦାର ଆକ୍ରମଣ କରୁଛନ୍ତି ନବୀନ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବର ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ଦେଖାନଥିବା ବେଳେ ତେବେ ନିର୍ବାଚନୀ ସମୟରେ ଘନ ଘନ ଗସ୍ତକୁ ଟାର୍ଗେଟ କରିଛନ୍ତି ନବୀନ । ଏଥି ସହ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିଜେପିକୁ ଘେରୁଛନ୍ତି । ଏହାର ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ପ୍ରକଳ୍ପକୁ ଓଡିଶା ସରକାର ଅଟକାଉଥିବା ଅଭିଯୋଗ କରି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, କୋଷ୍ଟାଲ ହାଇୱେକୁ କିଏ ଅଟକାଇଛି ? ପାଇକ ବିଦ୍ରୋହର ସ୍ମୃତି ପାଇଁ ଜମି ଦେବାକୁ କହି କିଏ ଠକିଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ସେହିପରି ଖୋର୍ଧା – ବଲାଙ୍ଗୀର ରେଲ ଲାଇନ ଜାଗା କିଏ ପହଂଚାଇନାହିଁ ଏବଂ ମାଲକାନଗିରି- ନବରଙ୍ଗପୁର ଜିଲ୍ଲାକୁ ରେଳ ଲାଇନ ଯୋଗାଇବା ପାଇଁ ଯେଉଁ ସର୍ତ୍ତ ରାଜ୍ୟ ସରକାରଙ୍କଠାରୁ ଅପେକ୍ଷାରେ ଥିଲା ସେ ସର୍ତକୁ କିଏ ପୁରଣ କରିବାରେ ଖୁଲାପ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତକାଲି ମାଲକାନଗିରିରେ କିଭଳି କେନ୍ଦ୍ରୀୟ ନେତାଙ୍କୁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ତାତ୍ସଲ୍ୟ କରିଥିଲେ ନବୀନ । ଏହାଛଡା ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଥିଲେ, ଫାଇଲିନ, ହୁଡହୁଡ, ତିତିଲି ବେଳେ ଆସିଲେ ନାହିଁ କିନ୍ତୁ ଭୋଟବେଳକୁ ଚାଲି ଆସିଲେ । ବିଜେପିର ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାହିଁକି ସାହାଯ୍ୟ କରିବା ପରିବର୍ତ୍ତେ ରାଜ୍ୟକୁ ଅଣଦେଖା କରାଯାଉଛି । କାହିଁକି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡିଶାକୁ ସାହାଯ୍ୟ ମିଳୁନାହିଁ ତାହାକୁ ନେଇ କେନ୍ଦ୍ର ସରକାରଙ୍କୁ ତେରଛା ବାଣ ମାରିବା ସହ ପୋଲାଭରମ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଥିଲେ । କେବିକେ ଯୋଜନା ଏବଂ ଏସସିଏସଟି ଛାତ୍ରଛାତ୍ରୀଙ୍କ ସ୍କଲାରସିପ ଟଙ୍କା କିଏ ବନ୍ଦ କଲା ବୋଲି କେନ୍ଦ୍ରରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ।