ଚିଟଫଣ୍ଡରେ ସାମିଲ ଥିବା ନେତାଙ୍କୁ ମିଳିବ କି ଟିକେଟ୍ ? ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ କସରତ ଆରମ୍ଭ; ବିବାଦୀୟ ନେତାଙ୍କ ପାଳି ଏହି ପର୍ଯ୍ୟାୟରେ

Advertisment
ପରିବାର ଓ ବାପ-ପୁଅ ରାଜନୀତି: ହେଲେ ବିଜେଡି ଯୋଡ଼ି ସବୁଠୁ ନିଆରା

କନକ ବ୍ୟୁରୋ: କାହାକୁ ମିଳିବ ଟିକେଟ? କିଏ ବାଦ ପଡିବ? ଚିଟଫଣ୍ଡରେ ସାମିଲ ଥିବା ନେତାଙ୍କୁ ଟିକେଟ୍ ମିଳିବ କି? ଯେଉଁ ମାନେ ଜେଲ୍ ଯାଇଛନ୍ତି କେବଳ ସେମାନଙ୍କ ଟିକେଟ୍ କଟିବ ନା ନୋଟିସ ପାଇଥିଲେ ବି ଟିକେଟ୍ କାଟିଦିଆଯିବ? ଯେଉଁମାନଙ୍କୁ ସିବିଆଇ ଜେରା କରିସାରିଛି, ତାଙ୍କ ଟିକେଟ୍ କଟିବନି?

publive-image

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲିଠାରୁ ନବୀନ ନିବାସରେ ମୁଖିଆ ନବୀନ ପଟ୍ଟନାୟକ କସରତ ଆରମ୍ଭ କରିବା ପରେ ଏମିତି ପୁଳା ପୁଳା ପ୍ରଶ୍ନ ଏବେ ବିଜେଡି ଶିବିରରେ ଆଲୋଡନ ସୃଷ୍ଟି କଲାଣି। ଏସବୁ ନେତାଙ୍କୁ ଟିକେଟ୍ ମିଳିବ କି ନାହିଁ, କର୍ମୀ ଦ୍ବନ୍ଦ୍ବରେ, ଭୋଟର ବି। ସେପଟେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଜେଡି ନେତାମାନେ ଚିଟଫଣ୍ଡ ଜାଲରେ ଛନ୍ଦି ହୋଇଥିବା କାରଣରୁ ଏହି ଦୁଇ ପର୍ଯ୍ୟାୟ ଟିକେଟ୍ ଆବଣ୍ଟନ ପ୍ରକ୍ରିୟାରେ ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରାଯିବ ସେ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ମୁଖିଆ।

naveen-patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୯ ଲୋକସଭା ଏବଂ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳୀୟ କନ୍ଦଳ ଏଭଳି ସ୍ଥିତିରେ ଅଛି ଯେ ଏହି ଦୁଇ ପର୍ଯ୍ୟାୟର ଆହୁରି ୯ଟି ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଘୋଷଣା ହୋଇପାରିନାହିଁ। କନ୍ଧମାଳଠାରୁ ସୁନ୍ଦରଗଡ, କଳାହାଣ୍ଡି ଠାରୁ ମାଲକାନଗିରି ଯାଏ ସବୁଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକାଧିକ ନେତା ଦଳ ଛାଡିସାରିଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷର ମଙ୍ଗ ଧରିବାକୁ ଯାଇ ଗତକାଲି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ମୁଆଁ ଧରାଇଛନ୍ତି। ମିଳିଥିବା ସୂଚନା ମୁତାବକ, ପାରଳାଖେମୁଣ୍ଡିର ଅସନ୍ତୁଷ୍ଟ ନେତା କେ ନାରାୟଣ ରାଓଙ୍କୁ ତୁରନ୍ତ ଭୁବନେଶ୍ବର ଆସି ଆଲୋଚନା କରିବା ଲାଗି କୁହାଯାଇଛି।

publive-image Source:iPleaders Blog

ଏମିତି ସ୍ଥିତିରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟିକେଟ୍ ବିଜେଡି ପାଇଁ ଏକ ମୁଣ୍ଡବିନ୍ଧାର କାରଣ ହେଲାଣି। କାରଣ େଯଉଁ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ପାଞ୍ଚ ବର୍ଷ ଶାସନରେ ସବୁଠାରୁ ହଲାପଟାର ଶିକାର ହୋଇଛନ୍ତି ବା ତାଙ୍କ ଭାବମୂର୍ତି ବାଜିରେ ଲାଗିଛି,ତାହା ହେଉଛି ଚିଟଫଣ୍ଡ ମହାଠକେଇ। ଏହି ପ୍ରସଙ୍ଗକୁ ଆୟୁଧ କରି କେନ୍ଦ୍ର ମଧ୍ୟ ରାଜ୍ୟ ସହିତ ଅନେକ ସମୟରେ ମୂଲଚାଲ କରିଥିବା ଅଭିଯୋଗ ହୋଇଛି। ଏବେ ରାଜ୍ୟବାସୀ ଅପେକ୍ଷା କରିଛନ୍ତି, ସବୁଠାରୁ ସମ୍ବେଦନଶୀଳ ଏହି ପ୍ରସଙ୍ଗରେ ମୁଖିଆ କି ଆଭିମୁଖ୍ୟ ଗ୍ରହଣ କରିବେ? କେବଳ ଗିରଫ ହୋଇଥିବା ନେତାଙ୍କ ଟିକେଟ୍ କଟାଯିବ ନା ପଚରା ଉଚରା ହୋଇଥିଲେ ବି ନବୀନ ଟିକେଟ୍ ଦେବେନି। ଯାହାକୁ ନୋଟିସ ହୋଇଥିବ, ସେମାନଙ୍କ କ୍ଷେତ୍ରରେ ଦଳ ସମାନ ନିଷ୍ପତ୍ତି ନେବ ନା ଅଲଗା? ସର୍ବୋପରି ଯେଉଁ ନେତାମାନଙ୍କ ନାମ ଏହି ମହାଠକେଇରେ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛି, ସେମାନଙ୍କୁ ଟିକେଟ୍ ଦେଇ ନବୀନ କଣ ପୁଣି ନିନ୍ଦା ଗୋଟାଇବାକୁ ଚାହିଁବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe