କନକ ବ୍ୟୁରୋ: ଆଉ ଦିନକ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ନିର୍ବାଚନରେ ଦେଖିବାକୁ ମିଳିବ ବିଗ ଫାଇଟ୍ । କେନ୍ଦ୍ରାପଡାରେ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ସହ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ବାଲେଶ୍ୱର ଲୋକସଭା ଆସନରେ ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । ସେପଟେ ଜଗତସିଂହପୁରରେ ବଡ ଫାଇଟ ଦେବାକୁ ଯାଉଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ । ଦେଖନ୍ତୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କାହା କାହା ଭିତରେ ହେଉଛି ବିଗ ଫାଇଟ୍ ।
କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଅନୁଭବ ମହାନ୍ତି । ବିଜେଡିକୁ କଡା ଟକ୍କର ଦେଉଛନ୍ତି ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି କେନ୍ଦ୍ରାପଡା ଆସନ । ତେଣୁ ଅନୁଭବ ବନାମ ବୈଜୟନ୍ତ ଉପରେ ରହିଛି ସମସ୍ତଙ୍କ ନଜର । ୨୦୧୪ରେ ଭଲ ଫାଇଟ ଦେଇଥିବା କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।
ବାଲେଶ୍ୱରରେ ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । ବିଜେଡିର ଲୋକସଭା ପ୍ରାର୍ଥୀ ହେଉଛନ୍ତି ରବୀନ୍ଦ୍ର ଜେନା । ବିଜେଡିକୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ଉଭୟ ବିଜେଡି ଓ ବିଜେପିକୁ ସାମନା କରିବାକୁ ଯାଉଛନ୍ତି ।
ଭଦ୍ରକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ମଂଜୁଲତା ମଣ୍ଡଳ , ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଏବଂ କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀଙ୍କ ମଧ୍ୟରେ ହେବାକୁ ଯାଉଛି ଜୋରଦାର ମୁକାବିଲା ।
ଯାଜପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭାବେ ଲଢୁଛନ୍ତି ଶର୍ମିଷ୍ଠା ସେଠୀ । , ବିଜେପି ପ୍ରାର୍ଥୀ ଅମିୟ ମଲ୍ଲିକ ଏବଂ କଂଗ୍ରେସ ପ୍ରାର୍ଥୀ ମାନସ ଜେନାଙ୍କ ପାଇଁ ମଧ୍ୟ ପରୀକ୍ଷାର ସମୟ ଆସିଛି ।
ମୟୁରଭଂଜ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ବିଜେପି ପ୍ରାର୍ଥୀ ବିଶେଶ୍ୱର ଟୁଡୁ ଏବଂ ଜେଏମଏମ ପ୍ରାର୍ଥୀ ଅଞ୍ଜନି ସୋରେନ ମଧ୍ୟରେ ହେବାକୁ ଯାଉଛି ଲଢେଇ ।
ଜଗତସିଂହପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ବିଭୁ ତରାଇ । ନିକଟରେ ବିଭୁ ତରାଇ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । କଂଗେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-27-19h32m21s634.png)
/kanak/media/post_attachments/wp-content/uploads/2019/04/vlcsnap-2019-04-27-19h32m45s955-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-27-19h35m34s475-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-27-19h36m11s481-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-27-19h37m13s572-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-27-19h37m48s913-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-27-19h38m04s951-300x220.png)