କନକ ବ୍ୟୁରୋ : ପୁଣି ରାଜ୍ୟକୁ ଫେରିଲା ଲକଡାଉନ୍ । କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ୫ ତାରିଖ ସକାଳୁ ମେ ୧୯ ତାରିଖ ସକାଳ ଯାଏଁ ଲକଡାଉନ କଟକଣା ଜାରି ହେବ । ଏହି ସମୟରେ ନିର୍ବାଚନ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ । ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ୍ ଲାଗୁ ନୁହେଁ । ଏଥିରେ ନିୟୋଜିତ ଲୋକେ ଯା' ଆସ କରିପାରିବେ । ଟ୍ରେନିଂ, ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ । ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ଯା' ଆସ ଅନୁମତି ମିଳିବ ।
ସେହିପରି ଲକଡାଉନ ସମୟରେ ଟିକାକରଣ ଜାରି ରହିବ । ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ । ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ । ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଆମ୍ବୁଲାନ୍ସ ଚଳାଚଳ କରିବ । ବ୍ୟାଙ୍କ ଓ ଏଟିଏମ ସେବା ଜାରି ରହିବ । ସେହିପରି ଲୋକେ ହୋଟେଲ ବା ରେସ୍ତୋରାଁରେ ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେବାକୁ ଅନୁମତି ଦିଆଯିବ । ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ଅନୁମତି ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/25.jpg)