କନକ ବ୍ୟୁରୋ : ପଂଚୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ରାତିରେ ନିର୍ବାଚନୀ ହିଂସା । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ବୋତଣ୍ଡାରେ ଏହି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ରାକା ବେହେରା ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଥିବା ସୂଚନା ରହିଛି । ଭୟରେ ଲୋକେ କବାଟ କିଳି ଦେଇଥିଲେ । ରାକାକୁ ଗିରଫ ଦାବିରେ ଗାଁ ଲୋକେ ସୁନ୍ଦରପଦା-ଜଟଣୀ ରାସ୍ତା ଅବରୋଧ କରିଥିଲେ । ପରେ ପୁଲିସ ଆସି ଗାଁ ଲୋକଙ୍କୁ ବୁଝାସୁଝା କରି ଧାରଣାରୁ ଉଠାଇଥିଲା ।

Advertisment

ମିଳିଥିବା ସୂଚନା ଅନୁସାରେ, ରାକାର ଦୁଇ ଭାଇ ଅଲଗା ଅଲଗା ସରପଂଚ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ । ଏ ନେଇ ଦୁଇ ଭାଇ ସୁବାସ ଓ ପ୍ରକାଶଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରକାଶ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲା । ପ୍ରକାଶର ଅଭିଯୋଗ ଅନୁସାରେ ଗତକାଲି ଏୟାରଫିଲ୍ଡ ଥାନା ପୁଲିସ ସୁବାସକୁ ଉଠାଇ ନେଇ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ରାକା ପ୍ରତିଶୋଧପରାୟଣ ହୋଇ ଉଠିଥିଲା । ସୁବାସ ଗିରଫ ହେବା ପଛରେ ବିଜେଡି କର୍ମୀ ହେମନ୍ତଙ୍କ ହାତ ରହିଛି ବୋଲି ରାକା ତାଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି ।