କନକ ବ୍ୟୁରୋ: ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ହିଂସା ଘଟଣା ସାମ୍ନାକୁ ଆସିଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପି ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଲେ ବିଜେଡି ସମର୍ଥକ । ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଆହତଙ୍କ କହିବା ଅନୁସାରେ, ଶତାଧିକ ବିଜେଡି ସମର୍ଥକ ବୁଥ୍ ଭିତରକୁ ପଶି ବୁଥ୍ କ୍ୟାପଚର କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ବିରୋଧ କରିଥିଲେ ବିଜେଡି ପ୍ରାର୍ଥୀଙ୍କ ଏଜେଣ୍ଟ । ହେଲେ ତାଙ୍କୁ ଧମକ ଦେବାରୁ ସେ ଦୌଡି ପଳାଇଆସୁଥିବାବେଳେ ପଛପଟୁ ତାଙ୍କୁ ପନିକିରେ ଆକ୍ରମଣ କରିଥିଲେ । ତାଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି ସମର୍ଥକ । ତେବେ ଯେଉଁଠି ବିଜେଡିର ଭୋଟ କମିବା ସମ୍ଭାବନା ରହିଛି ସେଠାରେ ବିଜେଡି ସମର୍ଥକମାନେ ଲୋକଙ୍କୁ ଡରାଇ ଧମକାଇ ବିଜେଡିରେ ଭୋଟ ଦେବାକୁ କହୁଥିବା କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ୍ ରାଏ । ପୋଲିସ ଆଗରେ ସବୁ ଘଟଣା ଘଟଣା ଘଟିଥିବାବେଳେ ପୋଲିସ ନୀରବ ରହୁଥିବା ଅଭିଯୋଗ ହୋଇଛି ।

ସେପଟେ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ମଧ୍ୟ ନିର୍ବାଚନୀ ହିଂସା ଘଟିଛି । ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଧାମନଗର ତାଳପଦର ୬୫ ନମ୍ବର ବୁଥରେ ହଙ୍ଗାମା । ମତଦାନ ପାଇଁ ଆସିଥିବା ଭୋଟରଙ୍କୁ ୨ ୩ ଜଣ ନିର୍ବାଚନ ପ୍ରତିନିଧି ବାରମ୍ବାର ନିଜ ଦଳ ଚିହ୍ନରେ ଭୋଟ ଦେବାକୁ ଭୋଟ ଦେବାକୁ କହି ଚେତାବନୀ ମୂଳକ ଧମକ ମଧ୍ୟ ଦେଇଥିଲେ ।ଏହାକୁ ସେଠାରେ ଥିବା ଭୋଟର ବିରୋଧ କରିଥିଲେ । ପ୍ରିଜାଇଡଢିଙ୍ଗ ଅଫିସରଙ୍କୁ କହ÷ିଥିଲେ ବି ସେ ନିଜର ଅସହାୟତା ପ୍ରକାଶ କରିଥିଲେ । ଏହାକୁ ନେଇ ଦୁଇ ଧ୍ର ସମର୍ଥକଙ୍କ ମଧ୍ୟରେ ମୁହାଁମୁହି:ଁ ପରିସ୍ଥିତି ସଅ୍େୟି ହୋଇଥିଲା ।

ସେହିପରି କୋରେଇ ବଡକଇଁଚି ୧୮୫ ନମ୍ବର ବୁଥରେ ପ୍ରିଜାଇଡିଙ୍ଗ ଅଫିସରଙ୍କୁ ଆକ୍ରମଣ ହୋଇଛି । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଛି । ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ସଅଷ୍ଟି ହୋଇଥିବାବେଳେ ସେମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରିଜାଇଡିଙ୍ଗ ଅଫିସର ।
ସାଲେପୁୁର ବାଲିସାହିର ଏକ ବୁଥରେ ଦୁଇ ରାଜନୈତି ଦଳ ବିଜେଡି ଓ କଂଗ୍ରେସର ସମର୍ଥକଙ୍କ ମଧ୍ୟରେ ବଚସାରୁ ହାତାହାତି ପରିସ୍ଥିତି ହୋଇଥିଲା । ପୋଲିସ ପ୍ରଶାସନ ସେଠାରେୂ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ସେହିପରି କେନ୍ଦ୍ରାପଡା ନୀଳକଣ୍ଠପୁର ୩୫ ନମ୍ବର ବୁଥ୍ରେ ମଧ୍ୟ ହିଂସା ହୋଇଛି । ଏଠାରେ ବିଜେପି ବୁଥ୍ ସଭାପତି ରଶ୍ମୀରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଅନ୍ୟ ଦଳର ସମର୍ଥକ । ରଶ୍ମୀରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯିବା ସହ ପୋଲିସରେ ମାମଲା ରୁଜୁ କରାଯାଇଛି । ।

ତେବେ ୨୦୧୯ ଯାଏଁ ଯେତିକି ମତଦାନ ହୋଇଥିଲା ସେ ସମୟରେ ଏଭଳି ହିଂସାକାଣ୍ଡ ଘଟିନଥିଲା ଯାହା ଚଳିତ ନିର୍ବାଚନ ବିଶେଷ କରି ଶେଷ ପର୍ଯ୍ୟାୟରେ ଘଟିଛି । ଓଡିଶାରେ ଏଥର ବିହାର, ପଶ୍ଚିମବଙ୍ଗ ଭଳି ନିର୍ବାଚନୀ ହୋଇଛି, ଯାହା ବାସ୍ତବରେ ଚିନ୍ତାର ବିଷୟ ବୋଲି ମତ ଦେଇଛନ୍ତି ରାଜନୈତିକ ବିଶେଷଜ୍ଞ ।