ନୟାଗଡରେ ପଂଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା: ବାଲଟ ବକ୍ସ ଲୁଟ ବେଳେ ଲୁଟେରା ଓ ପୋଲିସ ମଧ୍ୟରେ ସଂଘର୍ଷ

Advertisment
ନୟାଗଡରେ ପଂଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା: ବାଲଟ ବକ୍ସ ଲୁଟ ବେଳେ ଲୁଟେରା ଓ ପୋଲିସ ମଧ୍ୟରେ ସଂଘର୍ଷ

କନକ ବ୍ୟୁରୋ : ନୟାଗଡ ନୁଆଗାଁ ତହସିଲର ଗୁମ୍ ପଂଚାୟତରେ ନିର୍ବାଚନୀ ହିଂସା । ବାଲଟ ବକ୍ସ ଲୁଟ ବେଳେ ଲୁଟେରା ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୩ ଜଣ ପୁଲିସ ଆହତ ହୋଇଛନ୍ତି । ଭୋଟଗଣତି ହୋଇ ଫଳାଫଳ ଘୋଷଣା ପରେ ୬୦ରୁ ୭୦ ଜଣ ଗ୍ରାମବାସୀ ଉତ୍ୟକ୍ତ ହୋଇ ପୋଲିଂ ପାର୍ଟିକୁ ଅଟକ ରଖିଥିଲେ ।

ଏହାପରେ ସେମାନେ ପୋଲିଂ ପାର୍ଟିଠାରୁ କାଗଜପତ୍ର ଛଡାଇଆଣି ପୋଡିଦେଇଥିଲେ । କାଗଜପତ୍ର ପୋଡିବା ପରେ ଭୋଟକେନ୍ଦ୍ରରେ ଉତ୍ୟକ୍ତଲୋକ ଭଂଗାରୁଜା ମଧ୍ୟ କରିଥିଲେ । ଘଟଣାସ୍ଥଳରେ ଉତେଜନା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe