କନକ ବ୍ୟୁରୋ : ନୟାଗଡ ନୁଆଗାଁ ତହସିଲର ଗୁମ୍ ପଂଚାୟତରେ ନିର୍ବାଚନୀ ହିଂସା । ବାଲଟ ବକ୍ସ ଲୁଟ ବେଳେ ଲୁଟେରା ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୩ ଜଣ ପୁଲିସ ଆହତ ହୋଇଛନ୍ତି । ଭୋଟଗଣତି ହୋଇ ଫଳାଫଳ ଘୋଷଣା ପରେ ୬୦ରୁ ୭୦ ଜଣ ଗ୍ରାମବାସୀ ଉତ୍ୟକ୍ତ ହୋଇ ପୋଲିଂ ପାର୍ଟିକୁ ଅଟକ ରଖିଥିଲେ ।
ଏହାପରେ ସେମାନେ ପୋଲିଂ ପାର୍ଟିଠାରୁ କାଗଜପତ୍ର ଛଡାଇଆଣି ପୋଡିଦେଇଥିଲେ । କାଗଜପତ୍ର ପୋଡିବା ପରେ ଭୋଟକେନ୍ଦ୍ରରେ ଉତ୍ୟକ୍ତଲୋକ ଭଂଗାରୁଜା ମଧ୍ୟ କରିଥିଲେ । ଘଟଣାସ୍ଥଳରେ ଉତେଜନା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-20-08h37m31s759.png)