ଭଦ୍ରକର ଧାମନଗରରେ ଭୟଙ୍କର ନିର୍ବାଚନୀ ହିଂସା : ଜାହାଙ୍ଗିରି ଅଂଚଳରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ 

Advertisment
୨ ଜଣଙ୍କୁ ନିର୍ମମ ହତ୍ୟା : ଖଣ୍ଡା ଓ କାତିରେ ଉଭୟଙ୍କୁ ଆକ୍ରମଣ; ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

କନକ ବ୍ୟୁରୋ : ଭଦ୍ରକର ଧାମନଗର ଅଂଚଳରେ ଭୟଙ୍କର ନିର୍ବାଚନୀ ହିଂସାକାଣ୍ଡ ଘଟିଛି । ଗତକାଲି ରାତିରେ ଦଳାଙ୍ଗ ପଂଚାୟତର ଜାହାଙ୍ଗିରି ଅଂଚଳରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ପ୍ରତାପ ଚନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ପ୍ରଚାରକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଉତେଜନା ଦେଖା ଦେଇଥିଲା । ବିଜେଡି ଓ ବିଜେପିର ୨ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ଘଟିଥିବା କୁହାଯାଉଛି ।

ଧସ୍ତାଧସ୍ତିରେ ପ୍ରତାପ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତାପଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ପ୍ରଚାରକୁ ନେଇ ପ୍ରତାପଙ୍କୁ  ଆକ୍ରମଣ କରାଯାଇଛି । ପ୍ରାୟ ୧୫ରୁ ୨୦ଜଣ ଲୋକ ଆକ୍ରମଣ କରିଥିଲେ । ପୁଲିସ କହିଛି ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe