କନକ ବ୍ୟୁରୋ : ବରଗଡ଼ରୁ ଆସିଲା ନିର୍ବାଚନୀ ହିଂସାର ଦୃଶ୍ୟ । ପୋଲିସ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ଲୋକଙ୍କ ଆକ୍ରମଣର ଶିକାର ହୋଇ ଥାନା ଅଧିକାରୀଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି । ପଦ୍ମପୁର ଗାଇସିଲଟ ଥାନା କଠଉମାଲ ଠାରେ ଜନସାଧାରଣ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛି । ପୋଲିସକୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଲୋକେ ।

Advertisment

ପୋଲିସ ଗାଡ଼ି ଉପରକୁ ଟେବୁଲ ଡ଼େକ୍ସ ଆଣି ଭଙ୍ଗାରୁଜା କରିଛନ୍ତି ଲୋକେ । ଜନତା ଓ ପୋଲିସ ମଧ୍ୟରେ ହୋଇଥିବା ଖଣ୍ଡ ଯୁଦ୍ଧରେ ଥାନା ଅଧିକାରୀଙ୍କ ମୁଣ୍ଡ ଫାଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୋଟିଏ ପୋଲିସ ଗାଡ଼ିକୁ ଅଟକ ରଖିଥିବା ବେଳେ ଅନ୍ୟ ଏକ ଗାଡ଼ିକୁ ଦେଇଛନ୍ତି ।

ସେପଟେ, ବୁଥରେ ଏଜେଂଟଙ୍କୁୁ ମାଡ଼ । ଥାନାରେ ଆଶ୍ରୟ ନେଲେ ଏଜେଂଟ । ଯାଜପୁର ଜିଲ୍ଲା ଦଶରଥପୁର ଜୟନ୍ତରା ପଂଚାୟତର ୧ ନମ୍ବର ବୁଥରେ ଏଜେଂଟଙ୍କୁ ମାଡ଼ମାରି ମୁଣ୍ଡ ଫଟାଇଦେବା ସହ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଏଜେଂଟ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ବୁଥରେ ଜଣେ ଲୋକ ସବୁ ଭୋଟ ପକାଉଥିବା ଅଭିଯୋଗ ହୋଇଛି ।