କନକ ବ୍ୟୁରୋ : ଯାଜପୁର ବଡ଼ଚଣା ବ୍ଲକ ବାଲିକୁଦା ଗାଁରେ ନିର୍ବାଚନୀ ହିଂସା । ବିରି ଗଦାରେ ଲଗାଇଦେଲେ ନିଆଁ । ଫଳରେ ନାରାୟଣ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଦେଢ଼ ଏକ ଜମିରେ ହୋଇଥିବା ବିରି ଫସଲ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଘଟଣା ପରେ ଅଂଚଳରେ ଚାପା ଉତେଜନା ଲାଗି ରହିଛି ।

Advertisment

ସେପଟେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସାକାଣ୍ଡ । ବୁଧବାର ରାତିରେ ଗୋଟିଏ ଗୋଷ୍ଠୀର କର୍ମୀ ସଂଘବଦ୍ଧ ହୋଇ ଠେଙ୍ଗା, ଭୁଜାଲି, କଟୁରୀ ଧରି ଅନ୍ୟ ଗୋଷ୍ଠୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଜଣକର ଅବସ୍ଥାଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆକ୍ରମଣରେ ଅନେକ ଗାଡି, କମ୍ପ୍ୟୁଟର ଓ ଘର ଭାଙ୍ଗିଯାଇଛି । କାଲି ଭଣ୍ଡାରୀପୋଖରୀ ଅଂଚଳରେ ଭୋଟଦାନ ହେବ । ଏ ନେଇ ଭଣ୍ଡାରୀପୋଖର ପୁଲିସ ତଦନ୍ତ ଆରମ୍ଭ କରିଛି ।